ରାଜ୍ୟରେ କରୋନା ସ୍ଥିତି: ନୂଆ ଚିହ୍ନଟ ହେଲେ ୨୨୫, ଆଖି ବୁଜିଲେ ୨
ଭୁବନେଶ୍ୱର: ରାଜ୍ୟରେ ଆଜି ୨୨୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୧୩୧ ଏବଂ ଲୋକାଲ କେସ ୯୪ ଥିବା ଜଣାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୨ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
ମିଳିଥିବା ସୂଚନା ଅନୁଯାୟୀ, ୨୫ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୩୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୧୫, ବାଲେଶ୍ୱରରୁ ୧୪, ବରଗଡରୁ୧୬, ବୌଦ୍ଧ, ଗଞ୍ଜାମ, କନ୍ଧମାଳ ଓ ଭଦ୍ରକରୁ ଜଣେ ଲେଖାଏ, ବଲାଙ୍ଗିରରୁ ୧୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।
ସେହିପରି କଟକରୁ ୩, ଦେବଗଡରୁ ୫, ଗଜପତି ୪, ଜଗତସିଂହପୁରରୁ ୨, ଯାଜପୁରରୁ ୫, ଖୋର୍ଦ୍ଧା, ପୁରୀ, ଝାରସୁଗୁଡ଼ାରୁ ୧୫ ଜଣ ଲେଖାଏ, କଳାହାଣ୍ଡିରୁ ୬, କେନ୍ଦୁଝରରୁ୧୧, ଖୋର୍ଦ୍ଧାରୁ ୧୫, ମୟୂରଭଞ୍ଜରୁ ୧୦, ନୟାଗଡ଼ରୁ ୨, ନୂଆପଡ଼ାରୁ ୫,ରାୟଗଡାରୁ ୩, ସମ୍ବଲପୁରରୁ ୧୫ ଓ ସୋନପୁରରୁ ୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟପୁଲ୍ରୁ ୩ ଜଣ ଚିହ୍ନଟ ହୋଇଛନ୍ତି।
ତେବେ ଖୁସି ଖବର ଯେ, କେନ୍ଦ୍ରାପଡ଼ା, ଢେଙ୍କାନାଳ, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିରୁ ଜଣେ ବି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।
ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୩୩୧ ଥିବାବେଳେ ସୁସ୍ଥ ହୋଇ ଫେରିଛନ୍ତି ୩,୨୮,୨୭୧ ଜଣ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ଟିଭ କେସ୍ ଅଛି ୨୧୧୩।
Covid-19 Report For 11th January, 2021
New Positive Cases: 225
In quarantine: 131
Local contacts: 94(Details of local contacts will be shared by concerned Dist Administration)
District Wise Cases:
1. Angul: 15
2. Balasore: 14
3. Bargarh: 16
4. Bhadrak: 1
5. Balangir: 16— I & PR Department, Odisha (@IPR_Odisha) January 12, 2021
ସେହିପରି ରାଜ୍ୟରେ ଦିନକରେ ଦୁଇ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,ଦୁଇ ମୃତକଙ୍କ ମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲାର ଓ ଅନ୍ୟ ଜଣେ ଖୋର୍ଦ୍ଧା ଜିଲ୍ଲାର। ଏହା ସହିତ ଗଞ୍ଜାମରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪୮ରେ ପହଞ୍ଚିଥିବା ବେଳେ ଖୋର୍ଦ୍ଧାରେ ୩୩୦ ହୋଇଛି।
ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୮୯୪ରେ ପହଞ୍ଚିଛି।