• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: ରାଜ୍ୟରେ ଗତ୨୪ ଘଣ୍ଟାରେ ୨୪ ଜିଲ୍ଲାରୁ ୨୪୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ ସେଣ୍ଟରରୁ ୧୪୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ୧୦୨ ଥିବା ଜଣାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଅନ୍ୟପକ୍ଷେ ୨୪ ଘଣ୍ଟା ଭତରେ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।

ଆଜି ମିଳିଥିବା କରୋନା ତାଲିକାରୁ ଜଣାଯାଇଛି, ପଶ୍ଚିମ ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ଆଜି ସମ୍ବଲପୁରରେ ସର୍ବାଧିକ ୩୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ବଲାଙ୍ଗିରରେ ୧୯, ବରଗଡରେ ୨୩, ଝାରସୁଗୁଡ଼ାରେ ୧୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ନୂଆପଡ଼ା ଓ ସୋନପୁରରେ ୪, ରାୟଗଡ଼ାରୁ ୮, ସୁନ୍ଦରଗଡ଼ରେ ୨୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷେ ଅନଗୁଳୁର ୧୫, ବାଲେଶ୍ୱରରୁ ୯, ଭଦ୍ରକରୁ ୩, କଟକରୁ ୫, ଦେବଗଡ଼ରୁ ୧, ଗଜପତିରୁ ୧୯, ଜଗତ୍‌ସିଂହପୁର୧, ଜାଜପୁରରୁ ୧୦, କଳାହାଣ୍ଡିରୁ ୧, କନ୍ଧମାଳରୁ ୭, କେନ୍ଦ୍ରପଡ଼ାର ୫, କେନ୍ଦୁଘରରୁ ୭, ଖୋର୍ଦ୍ଧାରୁ ୯, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୫, ନୂଆପଡ଼ାରୁ ୪, ପୁରୀରୁ ୮, ରାୟଗଡ଼ାରୁ ୮ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନୁଯାୟୀ, ରାଜ୍ୟରେ ଆଜି ଜଣେ କରୋନା ରୋଗୀ ଆଖି ବୁଜିଛନ୍ତି। ମୃତ ରୋଗୀଜଣକ ଖୋର୍ଦ୍ଧା ଜିଲ୍ଲାର ଓ ତାଙ୍କ ବୟସ ୪୮ ବର୍ଷ।

ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୧୦୬ ଛୁଇଁଥିବାବେଳେ ସୁସ୍ଥ ହୋଇ ଫେରିଛନ୍ତି ୩,୨୮,୦୪୩। ରାଜ୍ୟରେ ଏବେ ଆକ୍ଟିଭ କେସ୍‌ ଅଛି ୨୧୧୮।

ଅନ୍ୟପକ୍ଷେ, ଝାରସୁଗୁଡ଼ା ପୌରପରିଷଦର ବେହେରାମାଲ ବୃନ୍ଦାବନ କଲୋନୀକୁ ନେଇ ଏବେ ଚିନ୍ତା ବଢିଛି । ଏହି କଲୋନୀରୁ ୫ ଜଣ କରୋନା ପଜିଟିଭ ବାହାରିବା ପରେ ଏହାକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଆଖପାଖ ଅଞ୍ଚଳକୁ  ବଫର୍ ଜୋନ୍ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ।

ବୃନ୍ଦାବନ କଲୋନୀ ଲେନ୍-୨ରୁ ଲେନ୍-୨ ଶେଷ ଯାଏ କଣ୍ଟେନମେଣ୍ଟ ଘୋଷଣା ହୋଇଥିବା ବେଳେ, ବିୟୁଟି ପାର୍ଲର୍ ସାମ୍ନାରୁ ପିପି ମୋଟର୍ସ ଶେଷ ଏବଂ ସେଠାରୁ ଲେନ୍-୧ ଶେଷମୁଣ୍ଡ ଯାଏ ଅଞ୍ଚଳକୁ ବଫର୍ ଜୋନ୍ ଭାବେ ଘୋଷଣା କରାଯାଇଛି।

ସୂଚନାଥାଉ କି, କଟକ ଜିଲ୍ଲା ଆଠଗଡ଼ ବ୍ଲକ୍‌ ଅନ୍ତର୍ଗତ ଖଣ୍ଡୁଆଳି ଗାଁରୁ ଶନିବାର ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଖଣ୍ଡୁଆଳି ଗାଁକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲା। ପ୍ରଥମେ ଗାଁରୁ ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିଲା। ଏହାପରେ ଆଉ ୩ଜଣ ଚିହ୍ନଟ ହୋଇଥିଲେ। ପଜିଟିଭ୍ ଚିହ୍ନଟ ପରେ ୧୮ ଆକ୍ରାନ୍ତଙ୍କୁ ହୋମ୍ ଆଇସୋଲେସନ୍‌ରେ ରଖାଯାଇଥିବା ବେଳେ ଜଣେ ଆକ୍ରାନ୍ତ କଟକ ଏସ୍‌ସିବିରେ ଭର୍ତ୍ତି ହୋଇଛନ୍ତି।

Corona-updates-in-odisha-today-11th-jan-2020
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories