କମୁଛି କରୋନା ପ୍ରଭାବ, ଆଜି ୧୦୦୦ ତଳକୁ ଖସିଲା ସଂଖ୍ୟା

ଭୁବନେଶ୍ୱର: ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ତଳକୁ ଖସି ଆସିଛି। ଗତ ୨୪ ଘଣ୍ଟାରେ ଓଡ଼ିଶାରୁ ୯୮୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୭୨ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଏବଂ ୪୧୫ ଲୋକାଲ କେସ ଥିବା ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।

ଖୋର୍ଦ୍ଧା ଜିଲ୍ଲାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ଆଜି ଖୋର୍ଦ୍ଧାରେ ୮୬  ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଆଜି ସୁନ୍ଦରଗଡରୁ ସର୍ବାଧିକ ୧୦୭ ଟି ନୂଆ ମାମଲା ସାମ୍ନାକୁ  ଆସିଛି। ଅନ୍ୟ ସମସ୍ତ ଜିଲ୍ଲାରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ତଳେ ରହିଛି।

ଏହା ପଛକୁ ଅଛି କଟକ। କଟକରୁ ଆଜି ୮୫ ନୂଆ ମାମଲା ସାମ୍ନାକୁ ଆସିଛି।  ଗଞ୍ଜାମରୁ ମାତ୍ର ୯ କରୋନା ରୋଗୀ ଆଜି ଚିହ୍ନଟ ହୋଇଛନ୍ତି।

ସୂଚନାଥାଉ କି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୦୩, ୭୮୦ରେ ପହଞ୍ଚିଛି।  ଆକ୍ଟିଭ କେସ ୧୨, ୫୮୪ ଥିବାବେଳେ ୨,୮୯,୬୮୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

 

 

You might also like