ଚିନ୍ତା ବଢାଇଲା କରୋନା; ଆଜି ସଂକ୍ରମଣ ୮ ହଜାର ଟପିଲା, ଆଖି ବୁଜିଲେ ୧୦

ଭୁବନେଶ୍ୱର: କରୋନା ଦୈନିକ ସଂକ୍ରମଣ ଗତ କିଛି ଦିନ ଧରି ୬ ହଜାର ଉପରେ ଥିବାବଳେ ଆଜି ବିସ୍ଫୋରକ ରୂପ ନେଇଛି।  ଆଜି ରାଜ୍ୟରେ କରୋନା ସଂକ୍ରମଣ ୮ ହଜାର ଟପିଛି। ଆଜି ରାଜ୍ୟରୁ ୮୩୮୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୫୭୮୧ କ୍ୱାରେଣ୍ଟିନରେ ଥିବାବେଳେ ୩୬୦୫ ଲୋକାଲ କଣ୍ଟାକ୍ଟ ବୋଲି ଜଣାପଡ଼ିଛି। ଆଜି ବି ଖୋର୍ଦ୍ଧା ଜିଲ୍ଲା ଆଗରେ ରହିଛି। ଆଜି ଜିଲ୍ଲାରୁ  ସର୍ବାଧିକ ୧୮୪୦ ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସେହିପରି ଆଜି ରାଜ୍ୟରେ କରୋନାରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ପୁରୀ ଓ ରାୟଗଡ଼ାରୁ ସର୍ବାଧିକ ୩ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ବୌଦ୍ଧ, ଗଂଜାମ, ଖୋର୍ଦ୍ଧା, ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୧୭କୁ ବୃଦ୍ଧି ପାଇଛି। 

ସୁନ୍ଦରଗଡ଼ରୁ ଆଜି ୯୩୩, କଟକରୁ ୪୯୬, ଝାରସୁଗୁଡ଼ାରୁ ୪୩୩, , ଅନୁଗୁଳରୁ ୩୪୭, ଷ୍ଟେଟ୍ ପୁଲ୍‌ରୁରୁ ୩୪୮, ସମ୍ବଲପୁରରୁ ୩୦୭, ମୟୂରଭଞ୍ଜରୁ ୨୮୯, ଯାଜପୁରରୁ ୨୭୦, ପୁରୀରୁ ୨୫୯, ବରଗଡ଼ରୁ ୨୫୭, ନୂଆପଡ଼ାରୁ ୨୩୩, ଗଞ୍ଜାମରୁ ୨୦୯, ବାଲେଶ୍ୱରରୁ ୨୦୨,  କେନ୍ଦୁଝରରୁ ୧୭୫, ଜଗତସିଂହପୁରରୁ ୧୨୯, ନବରଙ୍ଗପୁରରୁ ୩୮୮, ବଲାଙ୍ଗିରରୁ  ୩୫୮ ଓ କଳାହାଣ୍ଡିରୁ ୧୨୬ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷେ, ନୟାଗଡ଼ରୁ ୧୨୨, ଗଜପତିରୁ ୯୬, ବୌଦ୍ଧରୁ ୮୩, ରାୟଗଡ଼ାରୁ ୭୫, କୋରାପୁଟରୁ ୬୯, ଭଦ୍ରକ ଓ ସୁବର୍ଣ୍ଣପୁରରୁ ୬୭ ଲେଖାଏଁ, ଦେବଗଡ଼ରୁ ୬୧, କନ୍ଧମାଳରୁ ୫୩, କେନ୍ଦ୍ରାପଡ଼ାରୁ ୪୯, ମାଲକାନଗିରିରୁ ୨୪ ଓ ଢେଙ୍କାନାଳ ଜିଲ୍ଲାରୁ ୨୧ ଚିହ୍ନଟ ହୋଇଛନ୍ତି। ସେହିପରି  ଷ୍ଟେଟ୍ ପୁଲ୍‌ରୁ ବାହାରିଛନ୍ତି ୩୪୮ ଜଣ।

ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୮,୫୧୫ ଥିବାବେଳେ ସୁସ୍ଥ ହୋଇ ଫେରିଛନ୍ତି ୩,୭୧,୨୦୦ ଜଣ। ରାଜ୍ୟରେ ଆକ୍ଟିଭ କେସ ରହିଛି ୫୫,୨୪୫।

କରୋନା ସଂକ୍ରମଣକୁ ଦେଖି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି,  ଦେଶରେ ଆହୁରି ପ୍ରାୟ ୨୦ ଦିନ କରୋନାର ପ୍ରକୋପ ଦେଖିବାକୁ ମିଳିପାରେ । ମେ ଦ୍ୱିତୀୟ ସପ୍ତାହ ବେଳକୁ ଆସିପାରେ କରୋନା ପିକ୍ । ଆଇଆଇଟି କାନପୁରର ଗବେଷଣା ଅନୁସାରେ ଦେଶରେ ମେ ମାସରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିବ କରୋନା । ତେବେ ସେ ଆଶ୍ୱାସନା ଦେଇଛନ୍ତି, ରାଜ୍ୟରେ ଟେଷ୍ଟିଂ କମିନି କିମ୍ବା ଟେଷ୍ଟିଂ କିଟର କୌଣସି ଅଭାବ ନାହିଁ । ଏବେ ଲୋକେ ନିଜେ ନିଜେ ଆସି ଟେଷ୍ଟିଂ କରାଉଛନ୍ତି  ।

You might also like