ରାଜ୍ୟରୁ ବାହାରିଲେ ୩୧୪୪ କରୋନା ସଂକ୍ରମିତ, ସୁନ୍ଦରଗଡରୁ ୫୨୩

ଭୁବନେଶ୍ୱର: ଆଜି ରାଜ୍ୟରୁ ପୁଣି ୩୧୪୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୮୨୩ କ୍ୱାରେଣ୍ଟିନରେ ଥିବାବେଳେ ୧୩୨୧ ଲୋକାଲ କଣ୍ଟାକ୍ଟ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୨୪ ଘଣ୍ଟାରେ ୪ ଜଣଙ୍କର ମୃତ୍ୟୁ ଘଟିଛି।

ଆଜି ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ସୁନ୍ଦରଗଡ ଓ ଖୋର୍ଦ୍ଧା ତାଙ୍କ ସ୍ଥାନ ବଜାୟ ରଖିଛନ୍ତି। ସୁନ୍ଦରଗଡରେ ସର୍ବାଧିକ ୫୨୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ବାହାରିଛନ୍ତି ୪୯୭। ଏହାବ୍ୟତୀତ ଅନୁଗୋଳରୁ ୪୯, ବାଲେଶ୍ୱରରୁ ୨୮ ବରଗଡରୁ ୧୫୬, ଭଦ୍ରକରୁ ୫୧, ବଲାଙ୍ଗିରରୁ ୯୨, ବୌଦ୍ଧରୁ ୭୭, କଟକରୁ ୧୪୦, ଦେବଗଡରୁ ୨୧, ଢେଙ୍କାନାଳରୁ ୧, ଗଜପତିରୁ ୬୭, ଗଞ୍ଜାମରୁ ୪୪, ଜଗତ୍‌ସିଂହପୁରରୁ ୧୮, ଯାଜପୁରରୁ ୭୬, ଝାରସୁଗୁଡାରୁ ୧୧୯, କଳାହାଣ୍ଡିରୁ ୫୩, କନ୍ଧମାଳରୁ ୧୩, କେନ୍ଦ୍ରାପଡ଼ାରୁ ୧୫, କେନ୍ଦୁଝରରୁ ୧୨୮, କୋରରାପୁଟରୁ ୧୮, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୬୮, ନବରଙ୍ଗପୁରରୁ ୯୬, ନୟାଗଡରୁ ୨୯, ନୂଆପଡ଼ାରୁ ୩୯୫, ପୁରୀରୁ ୧୨୯, ରାୟଗଡ଼ାରୁ ୪୪, ସମ୍ବଲପୁରରୁ ୧୪୯, ସୋନପୁରରୁ ୪ ଜଣ ସଂକ୍ରମିତ ବାହାରିଥିବାବେଳେ ଷ୍ଟେଟ ପୁଲ୍‌ରୁ ବାହାରିଛନ୍ତି ୧୧୦।

ଆଜିର ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୩,୬୪,୫୯୪ ଛୁଇଁଥିବାବେଳେ ସୁସ୍ଥ ହୋଇ ଫେରିଛନ୍ତି ୩,୪୩,୫୨୨। ଆକ୍ଟିଭ କେସ ରହିଛି୧୯, ୦୭୭। ଅନ୍ୟପକ୍ଷେ ରାଜ୍ୟରେ କରୋନାରେ ଆଜି ୪ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକମାନେ ବଲାଙ୍ଗିର, ଝାରସୁଗୁଡ଼ା, କଳାହାଣ୍ଡି ଓ ସମ୍ବଲପୁର ଜିଲ୍ଲାର। ଏହାକୁ ମିଲାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୪୨କୁ ବୃଦ୍ଧି ପାଇଛି।

କରୋନା ସଂକ୍ରମଣକୁ ଚେନକୁ ଭାଙ୍ଗିବା ଲାଗି କଟକଣାକୁ କଡାକଡି କରିଛନ୍ତି ସରକାର ।ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ଆଜିିଠାରୁ ସଂଧ୍ୟା ୬ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ ହେବ । ସେହିପରି ଏସବୁ ଜିଲ୍ଲାର ସହରାଞ୍ଚଳରେ ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ୍ ବି ଲାଗୁ ହୋଇଛି ଆଜିଠାରୁ ପ୍ରତି ଶନିବାର ଓ ରବିବାର ହେବ ସଟ୍‌ଡାଉନ୍।

ସେହିପରି କଟକ ଓ ଭୁବନେଶ୍ୱର ସମେତ ଅନ୍ୟ ୨୦ ଜିଲ୍ଲାର ସମସ୍ତ ପୌରାଂଚଳରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗିବ । ଦୋକାନ ବଜାରରେ ଭିଡ ନକରିବାକୁ ଅପିଲ୍ କରିଛନ୍ତି ବିଏମସି କମିଶନର । ଅନ୍ୟପକ୍ଷରେ ଭୁବନେଶ୍ୱରରେ ନାଇଟ କର୍ଫ୍ୟୁ କଡ଼ାକଡ଼ି ପାଳନ ଲାଗି କମିଶନରେଟ୍ ପୋଲିସ ବ୍ୟାପକ ବନ୍ଦୋବସ୍ତ କରିଛି  ।

ସେହିପରି ଜଗତସିଂହପୁର ଜିଲ୍ଲାର ବଜାର ଅଞ୍ଚଳ ପାଇଁ ୧୪୪ ଲାଗିଲା। ରାତି ୯ଟାରୁ ସକାଳ ୫ଟା ଯାଏଁ ୧୪୪ ଲାଗୁ ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜଗତସିଂହପୁର ଓ ପାରାଦୀପ ପୌରପାଳିକା ସହ ଅନ୍ୟ ବଜାର ପାଇଁ କଟକଣା । ଏପରିକି ରଘୁନାଥପୁର, ତାରପୁର, ଜୟପୁର ବଜାର, ତିର୍ତ୍ତୋଲ, ରାହାମା, କୁଜଙ୍ଗ ବଜାର ପାଇଁ  ରାତି କଟକଣା ଲାଗୁ କରାଯାଇଛି 

 

 

You might also like