• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣର ପ୍ରଭାବ ସାମାନ୍ୟ କମିଥିଲେ ହେଁ ଚିନ୍ତା କମିନି । ଗତ କିଛି ଦିନ ଧରି ରାଜ୍ୟରେ ଦୈନିକ ସଂକ୍ରମଣ ୧୦ହଜାରରୁ ହ୍ରାସ ପାଇ ୮ ହଜାର ଭିତରେ ସୀମିତି ଥିଲା। ଗତକାଲି ଏହାର ସଂଖ୍ୟା ବୃଦ୍ଧି ପାଇ ୯ ହଜାର ଉପରେ ଥିବାବେଳେ ଆଜି ସାମାନ୍ୟ କମିଛି।  ରାଜ୍ୟରେ ୨୪ ଘଣ୍ଟାରେ  ୮୩୧୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ  ୪୬୫୫ ଲୋକାଲ କଣ୍ଟାକ୍ଟ ଥିବାବେଳେ ୩୬୫୮ କ୍ୱାରେଣ୍ଟିନେର ଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଜିଲ୍ଲାରୁ ୯୭୪ ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଅନୁଗୁଳରୁ ୫୦୫, ବାଲେଶ୍ୱରରୁ ୪୫୨, ବରଗଡରୁ ୨୭୯, ଭଦ୍ରକରୁ ୧୧୭, ବଲାଙ୍ଗୀରରୁ ୧୧୯, ବୌଦ୍ଧରୁ ୨୦୯, କଟକରୁ ୫୯୩, ଦବଗଡରୁ ୫୫, ଢେଙ୍କାନାଳରୁ ୪୦୭, ଗଜପତି ୫୪, ଗଞ୍ଜାମର ୧୨୯, ଜଗତସିଂହପୁରରୁ ୨୮୦, ଜାଜପୁରରୁ ୩୫୪, ଝାରସୁଗୁଡାରୁ ୧୧୧, କଳାହାଣ୍ଡିରୁ ୧୬୨, କନ୍ଧମାଳରୁ ୯୦, କେନ୍ଦ୍ରାପଡାରୁ ୩୩୧, କେନ୍ଦୁଝରରୁ ୧୮୦, କୋରାପୁଟରୁ ୧୯୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ସେହିପରି ମାଲକାନଗିରିରୁ ୧୦୩ ଜଣ ରୋଗୀ ଚିହ୍ନଟ ହାଇଥିବାବେଳେ ମୟୂରଭଞ୍ଜରୁ ୫୩୨, ନବରଙ୍ଗପୁରରୁ ୨୦୫, ନୟାଗଡରୁ ୨୮୩, ନୂଆପଡ଼ାରୁ ୫୩, ପୁରୀରୁ ୪୦୫, ରାୟଗଡ଼ାରୁ ୧୪୮, ସମ୍ବଲପୁରରୁ ୨୦୪, ସୋନପୁରରୁ ୧୨୩, ସୁନ୍ଦରଗଡ଼ରୁ ୪୬୫ ଏବଂ ଷ୍ଟେଟପୁଲ୍‌ରୁ ବାହାରିଛନ୍ତି ୧୬୨ ଜଣ ଆକ୍ରାନ୍ତ।

ଗତ ୨୪ ଘଣ୍ଟା ମଧ୍ୟରେ ୧୧,୮୮୧ ଜଣ କରୋନା ରୋଗୀ ସୁସ୍ଥ ହାଇଛନ୍ତି। ଆଜିର ସଂକ୍ରମିତଙ୍କୁ ମିଶାଇଲେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭,୬୪,୯୯୭ରେ ପହଞ୍ଚିଛି। ସେହିପରି ଆଜି ସୁଦ୍ଧା ୬,୭୦,୫୨୭ ଜଣ କରୋନାରୁ ମୁକ୍ତ ହୋଇଥିବାବେଳେ ରାଜ୍ୟରେ ଏବେ ଆକ୍ଟିଭ କେସ ରହିଛି ୯୧,୬୬୩।

ସୂଚନାଥାଉ କି, ଆଜି ରାଜ୍ୟରେ ପୁଣି ୩୫ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୨୭୫୪କୁ ବୃଦ୍ଧି ପାଇଛି।  

ରାଜ୍ୟରେ କରୋନାର ଦ୍ୱିତୀୟ ଲହରକୁ କାବୁ କରିବା ପାଇଁ ପ୍ରଥମେ ମେ ୫ରୁ ୧୯ ଯାଏଁ ଲକ୍‌ଡାଉନ ଘୋଷଣା ହୋଇଥିଲା, ଯାହାକୁ ପରେ ଜୁନ୍ ୧ ଯାଏଁ ଏବଂ ପୁଣି ଜୁନ୍ ୧୭ ଯାଏଁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ସେହିପରି ଦେଶରେ କୋଭିଡ୍ ମାମଲାରେ ସୁଧାର ଆସୁ ନଥିବାରୁ ପୁଣି ଥରେ ଜାତୀୟ ଐତିହ୍ୟ ସ୍ଥଳୀ ବନ୍ଦ ଅବଧିକୁ ଜୁନ ୧୫ ଯାଏଁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ।

Corona-updates-31st-may-2021
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories