• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି । ଗତକାଲି ଆଉ ୫ ଜଣ କରୋନା ପଜିଟିଭ ଚିହ୍ନଟ ପରେ ଏହି ସଂଖ୍ୟା ବୃଦ୍ଧି ପାଇଛି। ଗତକାଲି ୫୬୪ ଜଣଙ୍କ ସାମ୍ପଲ ଟେଷ୍ଟରୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ୫ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ଗତକାଲି ସୂଚନା ଦେଇଥିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

୫ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୪ ଜଣ ଓ ଯାଜପୁରରେ ଜଣେ ରହିଛନ୍ତି।  ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ୪ ପଜିଟିଭଙ୍କ ମଧ୍ୟରୁ ୩ ଜଣ ବମିଖାଲ ଓ ଜଣେ ଝାରପଡ଼ା ଅଞ୍ଚଳର। ତେବେ ରାଜ୍ୟରେ ମହିଳାଙ୍କ ତୁଳନାରେ ପୁରୁଷ ଅଧିକ ଆକ୍ରାନ୍ତ ହେଉଥିବା ଏକ ରିପୋର୍ଟରୁ ଜଣାଯାଇଛି।

ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇଥିବା ମୋଟ ୬୦ ଜଣଙ୍କ ମଧ୍ୟରୁ  ୪୦ ଜଣ ହେଉଛନ୍ତି ପୁରୁଷ। ୨୦ ଜଣ ହେଉଛନ୍ତି ମହିଳା।  ଦେଖାଯାଇଛି ଆକ୍ରାନ୍ତଙ୍କ ମଧ୍ୟରେ ପୁରୁଷଙ୍କ ହାର ୬୬. ୭ ପ୍ରତିଶତ ଥିବାବେଳେ ମହିଳାଙ୍କ ହାର ୩୩.୩ ପ୍ରତିଶତ ରହିଛି।

ସେହିପରି ଆକ୍ରାନ୍ତଙ୍କ ମଧ୍ୟରେ ୦ରୁ ୧୪ବର୍ଷ ମଧ୍ୟରେ ରହିଛନ୍ତି ୮ ଜଣ ।୧୫ରୁ ୪୦ ବର୍ଷ ମଧ୍ୟରେ ରହିଛନ୍ତି ସର୍ବାଧିକ ୩୨ ଜଣ।  ୪୧ରୁ ୬୦ ବର୍ଷ ମଧ୍ୟରେ ରହିଛନ୍ତି ୧୩ ଜଣ । ୬୦ବର୍ଷରୁ ଅଧିକ ମଧ୍ୟରେ ରହିଛନ୍ତି ୭ ଜଣ । ସେହିପରି ସବୁଠାରୁ ଅଧିକ ଆକ୍ରାନ୍ତ ରହିଛନ୍ତି ଖୋର୍ଦ୍ଧା ଜିଲ୍ଲାରୁ ।

ଖୋର୍ଦ୍ଧା ଜିଲ୍ଲାରୁ ମୋଟ ୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଭଦ୍ରକରେ ୩, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ଓ ସୁନ୍ଦରଗଡ଼ରେ ୨ଜଣ ଲେଖାଏଁ ଏବଂ ଢେଙ୍କାନାଳ, ପୁରୀ ଓ କଟକରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ଜଣ ସୁସ୍ଥ ହୋଇଥିବାବେଳେ ୪୧ ଜଣ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

Corona-update-statistics-in-odisha-1111
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories