କରୋନା: ରାଜ୍ୟରେ ୨୮ ଜଣ ଆଇସୋଲେସନରେ

ଭୁବନେଶ୍ୱର: ଓଡ଼ିଶାରେ ୨ରେ ସୀମିତ ରହିଛି କରୋନା ପଜିଟିଭଙ୍କ ସଂଖ୍ୟା । ବିଦେଶରୁ ଫେରି ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୩ ହଜାର ୪୭୪ ଜଣ ନାଁ ପଞ୍ଜୀକରଣ କରିଛନ୍ତି। ଏପର୍ଯ୍ୟନ୍ତ ପରୀକ୍ଷା ହୋଇଥିବା ୭୬ଟି ନମୁନାର ରିପୋର୍ଟ ଆସିଥିବା ବେଳେ ସେଥିରୁ ୨ଟି ପଜିଟିଭି ଜଣାପଡ଼ିଛି । ୨୮ ଜଣଙ୍କୁ ହସ୍ପିଟାଲ ଆଇସୋଲେସନରେ ରଖାଯାଇଛି ବୋଲି ପ୍ରେସମିଟ୍‌ରେ ସୂଚନା ଦିଆଯାଇଛି ।

ତେବେ ବିଦେଶରୁ ଫେରି ହୋମ୍ କ୍ୱାରାଣ୍ଟାଇନରେ ଥିବା କଟକର ଜଣେ ବ୍ୟକ୍ତି ପ୍ରଶାସନର ନିର୍ଦ୍ଦେଶ ନ ମାନି ମାର୍କେଟକୁ ଯାଇଥିବାରୁ ତାଙ୍କ ବିରୋଧରେ ପୁରୀଘାଟ ଥାନାରେ ମାମଲା ରୁଜୁ ହୋଇଛି।

ଅନ୍ୟପକ୍ଷେ ଗଜପତି ଜିଲ୍ଲା ଲୁହଗୁଡି ଛକରେ ବାହାର ରାଜ୍ୟରୁ ଫେରିଥିବା କିଛି ଦାଦନ ଶ୍ରମିକ ଅଟକି ରହିଛିନ୍ତି। ସେମାନଙ୍କୁ ପୋଲିସ ଯାଞ୍ଚ କରୁଛି । କେରଳରୁ ଫେରି ନିଜ ଗାଁକୁ ଯିବା ଲାଗି ଲୁହାଗୁଡି ଛକରେ ବସକୁ ଅପେକ୍ଷା କରିଥିବା ବେଳେ ପୋଲିସ ଯାଞ୍ଚ କରିବା ସହ ସେମାନଙ୍କ ନାଁ ଠିକଣା ଲେଖି ରଖିଛି।

ଶ୍ରମିକମାନଙ୍କୁ ଷ୍ଟେସନରେ ସ୍କ୍ରିନିଂ କରି ଛଡ଼ାଯାଇଥିବା ସ୍ଲିପ ସେମାନେ ପୋଲିସକୁ ଦେଖାଇଥିଲେ । ତଥାପି ଏହାପରେ ନିକଟସ୍ଥ ମେଡିକାଲକୁ ଯାଇ ସେମାନଙ୍କ ନାମ ପଞ୍ଜିକୃତ କରିବାକୁ ପୋଲିସ ସେମାନଙ୍କୁ ନିର୍ଦ୍ଦେଶ ଦେଇଛି।

You might also like