ଓଡିଶାରେ ଆଉ ୨ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୨ ଜଣ  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏମାନେ କେଉଁ ଅଞ୍ଚଳର ତାହା ଜଣାପଡିନାହିଁ।

ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଗତକାଲି ୨୯୮ଟି ସାମ୍ପଲ ଟେଷ୍ଟ ହୋଇଥିଲା। ସେଥିମଧ୍ୟରୁ ୨୯୬ଟି ନେଗେଟିଭ ଆସି ଥିବାବେଳେ ୨ଟି ପଜିଟିଭ ଆସିଥିଲା।

ଆକ୍ରାନ୍ତଙ୍କ ମଧ୍ୟରୁ ପୂର୍ବରୁ ୨ଜଣ ସୁସ୍ଥ ହୋଇଥିଲେ। ତେବେ ଗତକାଲି ଖବର ଆସିଥିଲା ଆଉ ୧୦ ଜଣ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ରାଜଧାନୀ ଭୁବନେଶ୍ୱରର ୫ ଜଣ, ଭଦ୍ରକର ୨ ଜଣ ଓ କଟକ, ଯାଜପୁର, ପୁରୀରୁ ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି। ଆଉ ୧୦ ଜଣ ସୁସ୍ଥ ହେବାପରେ ଏହି ସଂଖ୍ୟା ୧୨ରେ ପହଞ୍ଚିଛି। 

You might also like