ଲକ୍‌ଡାଉନ- କ’ଣ ଖୋଲା ରହିବ, କ’ଣ ବନ୍ଦ ରହିବ

ଭୁବନେଶ୍ୱର: କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଦେଖା ଦେଇଛି ଏକ ସଙ୍ଗୀନ ପରିସ୍ଥିତି। କିଲର କରୋନାରୁ ବର୍ତ୍ତିବା ପାଇଁ ଭାରତ ସରକାର ଆଗୁଆ ସତର୍କତା ମୂଳକ ପଦକ୍ଷେପ ନେଇଛନ୍ତି। ରାଜଧାନୀ ଦିଲ୍ଲୀ ସମେତ ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସମ୍ପୂର୍ଣ୍ଣ ଲକ୍‌ ଡାଉନ୍ ଘୋଷଣା କରାଯାଇଛି । ମୋଟ ୫୪୮ଟି ଜିଲ୍ଲାରେ ଲକ ଡାଉନ୍ କରାଯାଇଛି  ।

ସମ୍ପୂର୍ଣ୍ଣ ଓଡ଼ିଶା ମଧ୍ୟ ଲକ୍‌ଡାଉନ କରାଯାଇଛି। ଆନ୍ତଃରାଜ୍ୟ ବସ୍‌ ଚଳାଚଳ ବନ୍ଦ ଥିବାବେଳେ ଆଜି ଦିନ ୧୧ଟାରୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ଏପରି ପରିସ୍ଥିତିରେ ଲୋକେ କ’ଣ କରିବେ, ଗ୍ରୋସରୀ, ମେଡିସିନ କିପରି ପାଇବେ ସେ ନେଇ ଚିନ୍ତିତ ଅଛନ୍ତି। ଏପରି ପରିପ୍ରେକ୍ଷୀରେ covid19 ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଲକ୍‌ ଡାଉନ ସମୟରେ କ’ଣ ଖୋଲା ରହିବ, କ’ଣ ବନ୍ଦ ରହିବ ସେ ନେଇ ସୂଚନା ଦେଇଛନ୍ତି।

ସୁବ୍ରତ ବାଗ୍‌ଚୀ ଆଜି କହିଛନ୍ତି, ଲକ୍ ଡାଉନ୍ ସମୟରେ  ଔଷଧ ଦୋକାନ ସହ ପନି ପରିବା ଦୋକାନ, ଫଳ ରସ କାଉଣ୍ଟର ଖୋଲା ରହିବ। ସେହିପରି ଆମିଷ ଦୋକାନ, ବ୍ରେଡ୍, କ୍ଷୀର ଦୋକାନ ଇତ୍ୟାଦି ମଧ୍ୟ ଖୋଲା ରହିବ। ତେବେ କ୍ଷୀର ଦୋକାନରେ ଚା’, କଫି ମିଳିବ ନାହିଁ।

ପେଟ୍ରୋଲ ପମ୍ପ, ହସ୍ପିଟାଲ, ବ୍ୟାଙ୍କ ଓ ଏଟିଏମ୍ ଚାଲୁ ରହିବ।  ପୌରପାଳିକା କାର୍ଯ୍ୟାଳୟ, ଥାନା, ଅଗ୍ନିଶମ, ଓଡ୍ରାଫ୍, ବିଦ୍ୟୁତ ଓ ଜଳ ଯୋଗାଣ ଚାଲୁ ରହିବ ବୋଲି ବାଗ୍‌ଚୀ କହିଛନ୍ତି।

 

You might also like