ଆଜି ବି ୫ ସହର ଲକ୍‌ ଡାଉନ

ଭୁବନେଶ୍ୱର: କରୋନା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ଲକ୍‌ଡାଉନର ଆଜି ହେଉଛି ଦ୍ୱିତୀୟ ଦିନ। ଆସନ୍ତା ୨୯ ତାରିଖ ଯାଏ ରାଜ୍ୟର ୫ ଜିଲ୍ଲା ଓ ୯ ସହରରେ ପ୍ରାୟ ସଂପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା କରିଛନ୍ତି ସରକାର ।

ଖୋର୍ଦ୍ଧା, ଗଂଜାମ, କଟକ, କେନ୍ଦ୍ରାପଡ଼ା, ଅନୁଗୁଳ ଜିଲ୍ଲା ବ୍ୟାପି ଲକ୍ ଡାଉନ ରହିଛି। ସେହିପରି ସମ୍ବଲପୁର, ଝାରସୁଗୁଡ଼ା, ବ୍ରଜରାଜନଗର, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ ସହର ସମେତ ଯାଜପୁର ରୋଡ୍ ଏବଂ ଯାଜପୁର ଟାଉନ୍ ଲକଡାଉନ ହୋଇଛ। ଗତକାଲି ସକାଳ ୭ଟାରୁ ଆରମ୍ଭ ହୋଇଥିବା ଲକଡାଉନ ଆସନ୍ତା ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। କରୋନା ଭଳି ମାରାତ୍ମକ ଭୂତାଣରୁ ରକ୍ଷା ପାଇବାକୁ ହେଲେ ସମସ୍ତେ ଲକ୍‌ଡାଉନ ହେବାକୁ ପଡିବ ।

ଅନେକ ସମୟରେ ବିପତ୍ତିରୁ ରକ୍ଷା ପାଇବା ପାଇଁ ଠାକୁର ମଧ୍ୟଲକ୍‌ ଡାଉନ  ଥିଲେ।ତେଣୁ କରୋନାରୁ ବର୍ତ୍ତିବା ପାଇଁ ନିଜକୁ ଲକ୍‌ ଡାଉନ କରି ରଖିବାକୁ ପଡିବ ବୋଲି କହିଛନ୍ତି ସୁବ୍ରତ ବାଗଚୀ ଏପଟେ ଓଡ଼ିଶାରେ ୨ରେ ସୀମିତ ରହିଛି କରୋନା ପଜେଟିଭ୍‌ ସଂଖ୍ୟା।

ବିଦେଶରୁ ଫେରି ଓଡ଼ିଶାରେ ବର୍ତ୍ତମାନସୁଦ୍ଧା ୩ ହଜାର ୪୭୪ ଜଣ ନାଁ ପଞ୍ଜୀକରଣ କରିଛନ୍ତି ।ଏ ପର୍ଯନ୍ତ ପରୀକ୍ଷା ହୋଇଥିବା ୭୬ଟି ନମୁନାର ରିପୋର୍ଟ ଆସିଥିବାବେଳେ ସେଥିରୁ ୨ଟି ପଜିଟିଭି ଜଣାପଡ଼ିଛି।୨୮ ଜଣଙ୍କୁ ହସ୍ପିଟାଲ ଆଇସୋଲେସନରେ ରଖାଯାଇଛି ବୋଲି ପ୍ରେସ୍‌ମିଟ୍‌ରେ ସୂଚନା ଦିଆଯାଇଛି।ତେବେ ବିଦେଶରୁ ଫେରି ହୋମ୍ କ୍ୱାରାଣ୍ଟାଇନରେ ଥିବା କଟକର ଜଣେ ବ୍ୟକ୍ତି ପ୍ରଶାସନର ନିର୍ଦ୍ଦେଶ ନ ମାନି ମାର୍କେଟକୁ ଯାଇଥିବାରୁ ତାଙ୍କ ବିରୋଧରେ ପୁରୀଘାଟ ଥାନାରେ ମାମଲା ରୁଜୁ ହୋଇଛି।

 

You might also like