କୋଭିଡ୍-୧୯ ଟ୍ରାଇବାଲ୍ ଫିଲ୍ମ ଫେଷ୍ଟିଭାଲରେ ଚମକିଲା ‘କୋରୋନା ତୁ ଫେରିଯା’

ନୂଆଦିଲ୍ଲୀ/ଭୁବନେଶ୍ୱର: ଆନ୍ତର୍ଜାତିକ ସ୍ତରରେ ପୁଣି ଚମକିଲା ଓଡ଼ିଆ ଫିଲ୍ମ।   ଇଣ୍ଟରନାଶନାଲ୍ କୋଭିଡ୍-୧୯ ଟ୍ରାଇବାଲ୍ ସିନେମା ଫେଷ୍ଟିଭାଲରେ ଗଞ୍ଜାମର କ୍ଷୁଦ୍ର ଚଳଚ୍ଚିତ୍ର ‘କୋରୋନା ତୁ ଫେରିଯା ‘ ଶ୍ରେଷ୍ଠ ୫୦ତମ ସ୍ଥାନରେ ପ୍ରଦର୍ଶିତ ହୋଇଛି। ୩୬ଟି ଦେଶର ୪୫୦ଟି ସିନେମା ଏହି ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା।

ଜୁରି ମାନଙ୍କ ଦ୍ୱାରା ବେଷ୍ଟ ରିଜିଓନାଲ ଫିଲ୍ମ ଓ ବେଷ୍ଟ ଷ୍ଟୋରୀ ଭାବରେ ଉକ୍ତ ଚଳଚ୍ଚିତ୍ର ମନୋନୀତ ହୋଇଛି।  କରୋନା ସାରା ବିଶ୍ୱରେ ତା’ର ତାଣ୍ଡବଲୀଳା ରଚିଛି। କରୋନା କବଳରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଓଡ଼ିଶାର ଗଞ୍ଜାମ ଜିଲ୍ଲା । କରୋନାକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ସୃଷ୍ଟି କରିବା ନିମନ୍ତେ କୁକୁଡ଼ାଖଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏକ ସଚେତନତାଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ରଚନା କରି ଏହାକୁ ଲୋକ ଲୋଚନକୁ ଆଣିବା ନିମନ୍ତେ ସୁନ୍ଦର ପ୍ରୟାସ କରିଥିଲେ।

ଏହାର ପ୍ରଯୋଜନା ସୁସ୍ମିତା ପାତ୍ର କରିଥିବାବେଳେ ଉକ୍ତ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ସ୍ଥିତଧି ରଥ ନିର୍ବାହ କରିଥିଲେ। ଚଳଚ୍ଚିତ୍ରର କାହାଣୀ କୁକୁଡ଼ାଖଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗଦାଧର ପାତ୍ର ରଚନା କରିଥିଲେ। ଚଳଚ୍ଚିତ୍ରଟି କରୋନା ସଚେତନତା ଉପରେ ଆଧାରିତ ହୋଇଥିଲା। ଏଥିରେ ଅଭିନୟରେ କରିଛନ୍ତି ଗଦାଧର ପାତ୍ର ,ମଧୁସୂଦନ ମିଶ୍ର ଏବଂ ସ୍ମୁତି ରଞ୍ଜନ ପଟ୍ଟନାୟକ ।ଏହି ଚଳଚ୍ଚିତ୍ରଟି ଅନ୍ତରାଷ୍ଟ୍ରୀୟ ସ୍ତରରେ ଖୁବ୍ ପ୍ରଶଂସା ସାଉଁଟିଛି। ଏହି ସଫଳତା ପାଇଁ  ନିର୍ଦ୍ଦେଶକ ଚିତ୍ରଶିଳ୍ପୀ ସ୍ଥିତଧୀ ରଥ  ଶ୍ରୀ ପାତ୍ରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

You might also like