ବେସରକାରୀ ହସ୍ପିଟାଲରେ କରୋନା ଟେଷ୍ଟକୁ ଅନୁମତି, କଡ଼ାକଡ଼ି ହେବ ଟବାକୋ ଆଇନ୍

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି।  ‘କରୋନା’ ରୋଗୀଙ୍କ ପାଇଁ ଆବଶ୍ୟକୀୟ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବା ପାଇଁ କୋଭିଡ୍ ବେଡ୍ ଆବଶ୍ୟକ। ଏନେଇ ରାଜ୍ୟରେ କୋଭିଡ୍ ଟେଷ୍ଟ ବଢାଯିବା ସହ କୋଭିଡ୍ ବେଡ୍ ସଂଖ୍ୟା ବଢାଯିବ।

ବେସରକାରୀ ହସ୍ପିଟାଲରେ କୋଭିଡ ପରୀକ୍ଷାକୁ ଅନୁମତି ସହ ରାଜ୍ୟରେ ଦିନକୁ ୧୫ ହଜାର ଟେଷ୍ଟ କରାଯିବା ନେଇ ରାଜ୍ୟ ଆନ୍ତଃ ମନ୍ତ୍ରିସ୍ତରୀୟ ବୈଠକରେ ଆଲୋଚନା ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ସୂଚନା।

ତାସହ ବଲାଙ୍ଗିରରେ ୧୬ ତାରିଖ, କୋରାପୁଟରେ ୨୩ ଓ ବାରିପଦା ମେଡିକାଲ କଲେଜରେ କୋଭିଡ୍ ଟେଷ୍ଟ ଆରମ୍ଭ ହେବା ସହ ଏହାକୁ କାର୍ଯ୍ୟକାରୀ କରିବା ଲାଗି ଆବଶ୍ୟକ ଉପକରଣ OSMCL ଜରିଆରେ ଶିଘ୍ର କିଣିବା ଲାଗି ପ୍ରସ୍ତାବ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି।

ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆ, ବୟସ୍କ, ପ୍ରସୂତୀ ଓ ଶିଶୁଙ୍କର କରୋନା ଟେଷ୍ଟିଂ ପରେ ନେଗେଟିଭ୍ ଆସିଲେ ମଧ୍ୟ ସେମାନଙ୍କୁ ହୋମ କ୍ୱାରେଣ୍ଟିନ୍‌ରେ ରହିବା ଲାଗି ପଠାଯିବ।

ରୋଗୀଙ୍କ ସଂଖ୍ୟାକୁ ଦେଖି କୋଭିଡ୍ ହସ୍ପିଟାଲରେ ବେଡ୍‌ ସଂଖ୍ୟା ୪ହଜାର ବଢ଼ାଯିବ ଓ ସ୍ୱଚ୍ଛତା ନେଇ ସ୍ୱତନ୍ତ୍ର ଏସଓପି କରାଯିବ। ଏହାଛଡ଼ା ୨୦୧୩ ମସିହା ଟବାକୋ ଆଇନ୍ କଡ଼ାକଡ଼ି ଲାଗୁ ପାଇଁ ପ୍ରସ୍ତାବ ଦିଆଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

You might also like