କରୋନା: ଟେଷ୍ଟିଂ ବଢାଇବାକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର

ଜିଲ୍ଲା ଦାୟିତ୍ୱରେ ୬ ବରିଷ୍ଠ ଡାକ୍ତର

  • ଜିଲ୍ଲା ଦାୟିତ୍ୱରେ ୬ ବରିଷ୍ଠ ଡାକ୍ତର
  • ଟେଷ୍ଟିଂ ବଢ଼ାଇବାକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱ, ଜିଲ୍ଲା ଦାୟିତ୍ୱରେ ୬ ଡାକ୍ତର
  • କିଛି ରାଜ୍ୟରେ ହଠାତ ସଂକ୍ରମଣ ବଢ଼ିଛି, ଓଡ଼ିଶାରେ ନିୟନ୍ତ୍ରଣାଧୀନ ଅଛି
  • ୫ ରାଜ୍ୟରୁ ଆସୁଥିବା ଲୋକଙ୍କ ପ୍ରତି ନିଘା ରଖାଯାଇଛି, ଟେଷ୍ଟିଂ ହେଉଛି
  • ଏୟାରପୋର୍ଟ, ଷ୍ଟେସନରେ ଯାଞ୍ଚ ହେଉଛି; ଲକ୍ଷଣ ଥିଲେ ଟେଷ୍ଟ କରାଯାଉଛି

ଭୁବନେଶ୍ୱର: କୋଭିଡ ଟେଷ୍ଟିଂ ବଢ଼ାଇବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏଥିସହ ଟେଷ୍ଟିଂ ଅବଧିକୁ ଏପ୍ରିଲ ୩୦ତାରିଖ ଯାଏ ବଢ଼ାଯାଇଛି। ପୂର୍ବରୁ ଟେଷ୍ଟିଂ ଅବଧି ମାର୍ଚ୍ଚ ଶେଷ ଯାଏ ଘୋଷଣା ହୋଇଥିଲା। ତେବେ ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।

କିଛି ରାଜ୍ୟରେ ହଠାତ କରୋନା ସଂକ୍ରମଣ ବଢ଼ିଯାଇଛି, ହେଲେ ଏହା ଓଡ଼ିଶାରେ ନିୟନ୍ତ୍ରଣାଧୀନ ରହିଛି ବୋଲି ସେ କହିଛନ୍ତି। ୫ଟି ରାଜ୍ୟରୁ ଆସୁଥିବା ଲୋକଙ୍କ ପ୍ରତି ନିଘା ରଖାଯାଇଛି। ଏୟାରପୋର୍ଟ ଓ ରେଳ ଷ୍ଟେସନରେ ଯାଞ୍ଚ ହେଉଛି। ଏହାସହ ସନ୍ଦିଗ୍ଧମାନଙ୍କର କୋଭିଡ୍ ଟେଷ୍ଟ କରାଯାଉଥିବା ସେ ସୂଚନା ଦେଇଛନ୍ତି। ଜିଲ୍ଲାମାନଙ୍କରେ ମଧ୍ୟ ଟେଷ୍ଟିଂ ବଢ଼ାଇବାକୁ ଗୁରୁତ୍ୱ ଦିଆଯାଉଛି। ଜଣେ ସ୍ୱତନ୍ତ୍ର ସଚିବଙ୍କ ସହ ୩୦ଟି ଜିଲ୍ଲା ପାଇଁ ୬ଜଣ ଡାକ୍ତରଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି କହିଛନ୍ତି ପ୍ରଦୀପ୍ତ ମହାପାତ୍ର।

ସେପଟେ ଆଜି ରାଜ୍ୟରେ ୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ସୁନ୍ଦରଗଡରୁ ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ଜିଲ୍ଲାରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପଛରେ ରହିଛି ମୟୂରଭଞ୍ଜ ଜିଲ୍ଲା। ଏଠାରୁ ୮ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ କଟକ, ଖୋର୍ଦ୍ଧାରୁ  ୭ ଜଣ ଲେଖାଏ ରୋଗୀ ଚିହ୍ନଟ ହୋଇଛନ୍ତି। ଅନୁଗୁଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗିରରୁ ୨ଜଣ ଲେଖାଏ, ବାଲେଶ୍ୱର, ରାୟଗଡ଼ା, ଗଞ୍ଜାମ,  ଢେଙ୍କାନାଳରୁ ଜଣେ ଲେଖାଏ,  କଳାହାଣ୍ଡିରୁ ୩,  ବରଗଡ, ଗଜପତିରୁ ୪ ଜଣ ଲେଖାଏ, ଯାଜପୁରରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟପୁଲରୁ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି।

ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ପଞ୍ଜାବରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ପଞ୍ଜାବର ପଟିଆଲା ଓ ଲୁଧିଆନା ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ରାତି ୧୧ଟାରୁ ଭୋର ୫ଟା ଯାଏ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ। ଏହି ସମୟରେ କେବଳ ଜରୁରୀ ସେବାକୁ ଅନୁମତି ମିଳିବ ବୋଲି ଜଣାପଡିଛି।

 

You might also like