ସେବାୟତ ଓ ବିଶ୍ୱକର୍ମାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପ୍ରସ୍ତାବ

ପୁରୀ: କରୋନାକୁ ନେଇ ସବୁ ବିଶ୍ୱକର୍ମାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ସମସ୍ତଙ୍କୁ ଦୁଇଟି ଭକ୍ତ ନିବାସରେ ରଖାଯିବା ସହ ଖାଦ୍ୟପେୟର ବ୍ୟବସ୍ଥା କରାଯିବ। ସେମାନଙ୍କୁ ବସ୍‌ ଯୋଗେ ରଥଖଳାକୁ ନିଆଯିବ। ସେବାୟତମାନଙ୍କର ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ସେବାୟତ ଓ ମହାରଣାଙ୍କୁ ଏଭଳି ପ୍ରସ୍ତାବ ଦେଇଛି ଶ୍ରୀମନ୍ଦିର ପ୍ରଶାସନ।

ସେବାୟତ ଓ ବିଶ୍ୱକର୍ମା ସେବକଙ୍କ ସହ ଆଲୋଚନା କରିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ସୂଚନା ଦେଇଛନ୍ତି। ସେହିପରି ରଥ ନିର୍ମାଣ କାଯର୍ୟକୁ ତ୍ୱରାନ୍ୱିତ କରରିବା ସହିତ ୨୦୦ ଫୁଟ ନିଷିଦ୍ଧାଞ୍ଚଳ ମଧ୍ୟରେ ରଥକାର୍ଯ୍ୟ ହେବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

ତେବେ ଗତକାଲି ଗୃହମନ୍ତ୍ରାଳୟ ନିର୍ଦ୍ଦେଶ ପରେ ଆଜି ସକାଳୁ ରଥ କାର୍ଯ୍ୟ ଆରମ୍ଭ ହୋଇଛି। ବିଶ୍ୱକର୍ମାମାନେ ରଥଖଳାରେ ତୁମ୍ବ ନିର୍ମାଣ କାମ ଆରମ୍ଭ କରିଛନ୍ତି। ଚକ ନିର୍ମାଣର ପ୍ରାରମ୍ଭିକ କାର୍ଯ୍ୟ ହେଉଛି ତୁମ୍ବ କାମ। ରଥ ନିର୍ମାଣରେ ବିଶ୍ୱକର୍ମାମାନଙ୍କୁ ସାହାଯ୍ୟ କରୁଛନ୍ତି ଭୋଇ ସେବାୟତ।

You might also like