• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ନୂଆଦିଲ୍ଲୀ: ଦେଶରେ ଲଗାତାର ଭାବରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କହିବାକୁ କରୋନାର ଦ୍ୱିତୀୟ ଲହର ଅନେକଙ୍କୁ ସଂକ୍ରମିତ ମଧ୍ୟ କଲାଣି। ନିୟମିତ ଭାବରେ ବିଭିନ୍ନ ରାଜ୍ୟରୁ ନୂଆ ନୂଆ କେସ୍ ନଜରକୁ ଆସୁଛି। ଏପରିକି ସଂକ୍ରମଣ ସଂଖ୍ୟା ବି ତୀବ୍ର ଗତିରେ ବଢିବାରେ ଲାଗିଛି। ଦେଶରେ ଆକ୍ଟିଭ କେସର ସଂଖ୍ୟା ମଧ୍ୟ ଲକ୍ଷେ ପାର୍‌ ହୋଇଥିବା ନେଇ ସୂଚନା ମିଳିଛି। ଗତ ୧୬୦ ଦିନରେ ବଡ ସଂଖ୍ୟାରେ ପଜିଟିଭ ସଂଖ୍ୟା ବଢିଛି । ସବୁଠି ବେଶି ବେହାଲ୍ ହୋଇଛି ମାୟାନଗରୀ ମହାରାଷ୍ଟ୍ର । ମହାରାଷ୍ଟ୍ରରେ ୩୬ ହଜାର ନୂଆ ମାମଲା, ଯାହାକି ସର୍ବାଧିକ ଅଙ୍କ ଅଟେ । ୨ଦିନରେ ଦେଶରେ ଆକ୍ଟିଭ କେସ୍ ୫୨ ହଜାର ପାର୍ କରିଛି ।  ଏହା ପୂର୍ବ ରେକର୍ଡକୁ ମଧ୍ୟ କ୍ରସ୍ କରିଛି ।

ଏପଟେ ଦେଶରେ ତୀବ୍ର ଗତିରେ ବଢୁଥିବା ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କଲାଣି ସ୍ୱାସ୍ଥ୍ୟ ବିଶେଷଜ୍ଞ । ସ୍ୱାସ୍ଥ୍ୟ ମନ୍ତ୍ରଳାୟ ରିପୋର୍ଟ ମୁତାବକ୍ ଦେଶରେ ୨୪ ମାର୍ଚ୍ଚ ନିୟମିତ କେସ୍ ୪.୬ ପ୍ରତିଶତ  ଅଛି । ଏହା ପୂର୍ବରୁ ୨୧ ମାର୍ଚ୍ଚ ସୁଦ୍ଧା ପାଖାପାଖି ୩.୭ ପ୍ରତିଶତ ରହିଥିଲା। ଦେଶରେ ଉପରମୁହାଁ ହେଉଛି କରୋନା ସଂକ୍ରମଣ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ, ଭାରତରେ ଗତ ୨୪ ଘଣ୍ଟା ଭିତରେ ୫୯ ହଜାର ୧୧୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୮ ଲକ୍ଷ ପାର କରିଯାଇଛି। ଦେଶରେ ବର୍ତ୍ତମାନ କରୋନା ରୋଗୀଙ୍କ ସଂଖ୍ୟା ୧ କୋଟି ୧୮ ଲକ୍ଷ ୪୬ ହଜାର ୬୫୨ ଛୁଇଁଛି।

ସେହିପରି ଦିନକରେ ୨୫୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜିର ୨୫୭କୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୦ ହଜାର ୯୪୯ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧ କୋଟି ୧୨ ଲକ୍ଷ ୬୪ ହଜାର ୬୩୭ ଜଣ ସୁସ୍ଥ ହୋଇଥିବା ବେଳେ ଏବେବି  ଆକ୍ଟିଭ କେସ୍ ରହିଛି ୪ ଲକ୍ଷ ୨୧ ହଜାର ୬୬ । ଆଜି ସୁଦ୍ଧା ୫ କୋଟି ୫୫ ଲକ୍ଷ ୪ ହଜାର ୪୪୦ ଜଣ ଟିକା ନେଇ ସାରିଲେଣି।

ସେପଟେ ରାଜ୍ୟରେ ମଧ୍ୟ କରୋନା ସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୩୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୧୩୯ ଜଣ କ୍ୱାରେଣ୍ଟିନ୍‌ରେ ଥିବାବେଳେ ଲୋକାଲ୍ କେସ୍‌ ୯୫ ରହିଛି। ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Corona-tenson-in-india
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories