ଚିନ୍ତା ବଢାଉଛି କଟକର ୩ ଅଞ୍ଚଳ, ଖୋଲିବ ଆଉ ଏକ କୋଭିଡ୍ ହସ୍ପିଟାଲ

କଟକ: କଟକ ସହରରେ କରୋନା ସଂକ୍ରମିତ ଅଧିକ, ଗ୍ରାମାଞ୍ଚଳରେ କମ୍। ବଡ଼ମ୍ବା ନରସିଂହପୁର ଓ ଆଠଗଡ଼, ମାଲଗୋଦାମ ଅଞ୍ଚଳରେ ସଂକ୍ରମଣ ଅଧିକ ରହିଛି। ଜିଲ୍ଲାରେ ଆଉ ଏକ କୋଭିଡ ହସ୍ପିଟାଲ ହେବାକୁ ଯାଉଛି ବୋଲି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ।

କଟକ ଜିଲ୍ଲାରେ କରୋନା ସ୍ଥିତି ନେଇ ପ୍ରେସମିଟ୍‌ରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି ଯେ ଜିଲ୍ଲାରେ ଏଯାବତ ୩୦୧ ଜଣ କୋଭିଡ ଯୋଦ୍ଧା ସଂକ୍ରମିତ ହୋଇଛନ୍ତି। ସଂକ୍ରମିତ କୋଭିଡ ଯୋଦ୍ଧାଙ୍କ ମଧ୍ୟରୁ ୬୯ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି।

ଗ୍ରାମାଞ୍ଚଳ ପାଇଁ ୧୮୨୧ କୋଭିଡ ମ୍ୟାନେଜମେଣ୍ଟ କମିଟି କାର୍ଯ୍ୟ କରୁଛି। ସହରାଞ୍ଚଳ ପାଇଁ ୧୧୩ଟି ୱାର୍ଡ କମିଟି ଗଠନ ହୋଇ କାର୍ଯ୍ୟ କରୁଛି। ଗ୍ରାମାଞ୍ଚଳରେ ୧୪ଟି ଓ ସହରାଞ୍ଚଳରେ ୬ଟି ଟିମ୍ ସ୍ୱାବ ସଂଗ୍ରହ କରୁଛନ୍ତି। କଟକ ଜିଲ୍ଲାରେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ସଂକ୍ରମିତ ହାର ଅଧିକ ରହିଛି। ଗ୍ରାମାଞ୍ଚଳରେ ୪୬.୯% ସଂକ୍ରମିତ ବେଳେ ସହରାଞ୍ଚଳରେ ୫୩.୧% ସଂକ୍ରମିତ ହୋଇଛନ୍ତି।

ସେ ଆହୁରି କହିଛନ୍ତି ଯେ ୨୯୧୦ ପଜିଟିଭ ମଧ୍ୟରୁ ଗ୍ରାମାଞ୍ଚଳରେ ୧୩୬୪, ସହରାଞ୍ଚଳରେ ୧୫୪୬ ରହିଛି। ଗ୍ରାମାଞ୍ଚଳରେ ଆକ୍ଟିଭ୍ କେସ୍ ୨୧୬ ଥିବା ବେଳେ ସହରାଞ୍ଚଳରେ ୭୭୩। ଜିଲ୍ଲାରେ ସୁସ୍ଥତା ହାର ୬୬.୦୩% ଥିବା ବେଳେ ମୃତ୍ୟୁ ହାର ୦.୦୧% । ଗ୍ରାମାଞ୍ଚଳରେ ବଡ଼ମ୍ବା ନରସିଂହପୁର ଓ ଆଠଗଡ଼ ଅଞ୍ଚଳରେ ଅଧିକ ସଂକ୍ରମଣ ରହିଛି। ସେହିପରି ସହରାଞ୍ଚଳରେ ମାଲଗୋଦାମ ଅଞ୍ଚଳରେ ସଂକ୍ରମଣ ଅଧିକ ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି।

ଜୀବନ ସହ ଜୀବିକାକୁ ଦେଖିବାକୁ ପଡ଼ୁଥିବାରୁ ଅସୁବିଧା ରହୁଛି। ଜିଲ୍ଲାରେ ଆଉ ଗୋଟିଏ ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ ହେବାକୁ ଯାଉଛି ବୋଲି ସେ କହିଛନ୍ତି। SCBରେ ୧୩୮ ପ୍ଲାଜମା ୟୁନିଟ ସଂଗୃହୀତ ହୋଇଥିବା ବେଳେ ୧୦୪ ୟୁନିଟ ବ୍ୟବହୃତ ହୋଇଛି। SCBରେ ଏଯାବତ ୧ ଲକ୍ଷ ୨୦ ହଜାର କରୋନା ଟେଷ୍ଟ ହୋଇଛି। ୧୮ଟି ଜିଲ୍ଲାର ଲୋକେ SCB ପାଇଁ ଚିକିତ୍ସା ସେବା ପାଇଥିବା ଜିଲ୍ଲାପାଳ କହିଛନ୍ତି।

ଆହୁରି ପଢ଼ନ୍ତୁ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

You might also like