ରାଜ୍ୟରେ ଷ୍ଟେଜ ଥ୍ରୀ ଆଡ଼କୁ ଗତି କରୁଛି କରୋନା !

ଭୁବନେଶ୍ୱର: ଓଡ଼ିଶା କରୋନା ଷ୍ଟେଜ ଥ୍ରୀ ଆଡ଼କୁ ଗତି କରୁଛି କି ? ଗୋଷ୍ଠୀ ସଂକ୍ରମଣର ସମ୍ଭାବନା ରହିଛି କି ? ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ଏମିତି ଆଶଙ୍କା ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା।

ବାହାର ରାଜ୍ୟରୁ ପ୍ରବାସୀ ଆସୁଛନ୍ତି। ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଅଧିକ ସଂଖ୍ୟାରେ ସଂକ୍ରମଣ ଆମ ଗୋଷ୍ଠୀ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବ ବୋଲି କହିଛନ୍ତି ଡାକ୍ତର ଜୟନ୍ତ ପଣ୍ଡା।

ବର୍ତ୍ତମାନ ଓଡ଼ିଶା ଷ୍ଟେଜ୍ ଥ୍ରୀ ପାଦଦେଶରେ ପହଞ୍ଚିଥିବା କୁହାଯାଉଛି। ତଥାପି  ସେ ଆଶ୍ୱାସନ ଦେଇଛନ୍ତି, କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଲେ ମଧ୍ୟ  ସେମାନଙ୍କର ଚିକିତ୍ସା କରାଯାଇ ତାଙ୍କୁ ସୁସ୍ଥ କରାଯାଇପାରିବ ।

ଓଟିଭିକୁ ଏକ ସାକ୍ଷାତ ଦେଇ ଡା. ଶ୍ରୀ ପଣ୍ଡା କହିଛନ୍ତି, ରାଜ୍ୟରେ ୩୫୨ ଜଣ ରୋଗୀଙ୍କ ମଧ୍ୟରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଅର୍ଥାତ ମୃତ୍ୟୁ ହାର .୬%ରୁ .୭% ମଧ୍ୟରେ ରହିଛି ଯାହାକି ବିଶ୍ୱ ଓ ଦେଶର ହାର ତୁଳନାରେ ଯଥେଷ୍ଟ କମ୍‌।

ତେଣୁ ଏ ନେଇ ଡରିବାର କଛି ନାହିଁ ବୋଲି କହିଛନ୍ତି। ଏହି ରୋଗୀ କ୍ୟାନ୍ସର, ଡାଇଭେଟିସ୍ ଆକ୍ରାନ୍ତ କି ନୁହେଁ ତାହା ପ୍ରଥମେ ପରୀକ୍ଷା କରିବା ଆବଶ୍ୟକ। ତେଣୁ ଏମାନଙ୍କର ଚିକିତ୍ସା ସମ୍ଭବ ବୋଲି ଡା.ପଣ୍ଡା କହିଛନ୍ତି।

ମାସ୍କ ପିନ୍ଧିବା ଦ୍ୱାରା ତଥା ସାମାଜିକ ଦୂରତା ରକ୍ଷା କରିଲେ ଏହି ମହାମାରୀରୁ ବର୍ତ୍ତିପାରିବା ବୋଲି କହିଛନ୍ତି ଡାକ୍ତର ପଣ୍ଡା। ଏହାସହିତ ଯେଉଁଠି ଅଧିକ ଲୋକ ସଂକ୍ରମିତ ହେଉଛନ୍ତି, ସେକ୍ଷେତ୍ରରେ ଆମ ଦେହରେ ଏକ ପ୍ରକାର ଆଣ୍ଟି ବଡି ତିଆରି ହେଉଛି। ଯାହାକୁ କୁହାଯାଉଛି ହର୍ଡ ଇମ୍ୟୁନିଟି ବା ଗୋଷ୍ଠୀ ରୋଗ ପ୍ରତିରୋଧକ କ୍ଷମତା। ଏହା ଭବିଷ୍ୟତରେ କମ୍ୟୁନିଟି ପ୍ରୋଟେକସନ୍ ପାଇଁ ସହାୟକ ହେବ ବୋଲି କହିଛନ୍ତି ଡାକ୍ତର ଜୟନ୍ତ ପଣ୍ଡା।

You might also like