ରାଜ୍ୟରେ କରୋନା ଆରୋଗ୍ୟ ହାର କେତେ ପ୍ରତିଶତ ଅଛି ?

ଭୁବନେଶ୍ୱର: ରାଜ୍ୟରେ କରୋନା ସାମ୍ପଲ୍ ଟେଷ୍ଟକୁ ୪ ଗୁଣ ବଢ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ଏବେ ଓଡ଼ିଶାରେ ଗୋଟିଏ କୋବାସ୍ ମେସିନ୍ କାର୍ଯ୍ୟ କରୁଥିବା ବେଳେ, ଆଗକୁ ଆଉ ୩ଟି କୋବାସ୍ ମେସିନ୍ ଆଣିବାକୁ ଲକ୍ଷ୍ୟ ରଖାଯାଇଛି।

ଏଥିପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ରାଜ୍ୟ ସରକାରଙ୍କ କୋଭିଡ୍ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଏଥିସହ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଯେ, ଆଜି ସୁଦ୍ଧା ରାଜ୍ୟରେ ମୋଟ ୩୬ ହଜାର ୫୯୩ଟି ସାମ୍ପଲ୍ ଟେଷ୍ଟ୍ ହୋଇଛି। ହାରାହାରି ୨୩୫ଟି ଟେଷ୍ଟରେ ଗୋଟିଏ ରିପୋର୍ଟ ପଜିଟିଭ୍ ଆସୁଛି। ସେପଟେ ରାଜ୍ୟରେ ଆରୋଗ୍ୟ ହାର ୩୫ ପ୍ରତିଶତ ରହିଛି।

ଅନ୍ୟପକ୍ଷରେ ପ୍ରତି ୧୦.୫ ଦିନରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଗୁଣ ହେଉଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାର।

You might also like