• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar
  • ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ
  • ୨୪ଘଣ୍ଟାରେ ସର୍ବାଧିକ ୧୨ ହଜାର ୩୯୦ ଅାକ୍ରାନ୍ତ
  • ରାଜଧାନୀ ସମେତ ଖୋର୍ଦ୍ଧା ଜିଲ୍ଲାର ସ୍ଥିତି ଅସମ୍ଭାଳ
  • ରାଜ୍ୟରେ ଦିନକରେ ୨୨ଶହରୁ ଅଧିକ ପଜିଟିଭ୍
  • କଟକ ଓ ସୁନ୍ଦରଗଡ଼ ଜିଲ୍ଲାରେ ମହାମାରୀର କରାଳ କାୟାକୁ ନେଇ ଚିନ୍ତା

ଭୁବନେଶ୍ୱର: ମେ ମାସ ଦେଖାଉଛି କରୋନାର ଉଗ୍ର ରୂପ। ଆଜି ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଛି ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ୧୨ ହଜାର ୩୯୦ ପଜିଟିଭି ଚିହ୍ନଟ ହୋଇଥିବା ବେଳେ ମହାମାରୀ ନେଇଛି ୨୨ ଜୀବନ। ଖୋର୍ଦ୍ଧା ଜିଲ୍ଲା ଖାସ୍ କରି ରାଜଧାନୀ ଭୁବନେଶ୍ୱରରେ ସ୍ଥିତି ସବୁଠୁ ସାଂଘାତିକ ରହିଛି। କଟକ ଓ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ସଂକ୍ରମଣ ବଢୁଥିବାରୁ ଚିନ୍ତା ବଢିଛି। ନାଇଟ୍ କର୍ଫ୍ୟୁ, ଲକଡାଉନ୍‌ ଓ ସଟଡାଉନ୍‌ ସତ୍ତ୍ୱେ ସଂକ୍ରମଣ କମିବାର ନାଁ ନେଉନି। ତେବେ ଲକଡାଉନ୍‌ ନହୋଇଥିଲେ ଦୈନିକ ସଂକ୍ରମଣ ୨୦ ହଜାର ଟପି ଯାଆନ୍ତାଣି ବୋଲି କହିଛନ୍ତି ବିଶେଷଜ୍ଞ।

ରାଜ୍ୟରେ କରୋନାର କରାଳ କାୟା ଦେଖିବାକୁ ମିଳିଛି। ହୁ ହୁ ହୋଇ ମାଡିଚାଲିଛି ସଂକ୍ରମଣ। ମେ ମାସ ଘାତକ ସାଜିଥିବା ବେଳେ ଆଜି ଭାଙ୍ଗିଛି ସବୁ ରେକର୍ଡ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨ ହଜାର ୩୯୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୨୨ ଜଣଙ୍କ ଜୀବନ ନେଇଛି ମହାମାରୀ। ୩୦ ଜିଲ୍ଲାରେ ନୂଆ ପଜିଟିଭ୍ ସଂଖ୍ୟା ତିନି ଅଙ୍କରେ ରହିଛି। ୧୬ ଜିଲ୍ଲାରେ ୩ଶହରୁ ଅଧିକ ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୨ ଜିଲ୍ଲାରେ ୪ଶହ ଏବଂ ୬ ଜିଲ୍ଲାରେ ୫ ଶହରୁ ଅଧିକ ଆକ୍ରାନ୍ତ ବାହାରିଛନ୍ତି। ତେବେ ଗତ ୨୪ ଘଣ୍ଟାରେ ସର୍ବାଧିକ ୫୬ ହଜାର ଟେଷ୍ଟ ବି ହୋଇଛି।

ଏପଟେ ମେ ମାସରେ ଆଜି ଯାଏଁ ରାଜ୍ୟରେ ଦେଢ଼ ଲକ୍ଷ ପଜିଟିଭି ଚିହ୍ନଟ ହୋଇଥିବା ବେଳେ ୨୩୦ ଜଣଙ୍କ ଜୀବନ ଯାଇଛି। ତେଣୁ କିଭଳି ନିୟନ୍ତ୍ରଣକୁ ଆସିବ ସଂକ୍ରମଣ? କେବେ ପହଞ୍ଚିବ ପିକ୍? କେବେ  ମୃତ୍ୟୁରେ ଲାଗିବ ବ୍ରେକ୍? ଏସବୁ ପ୍ରଶ୍ନ ଏବେ ସମସ୍ତଙ୍କୁ ଆନ୍ଦୋଳିତ କରୁଛି। ବିଶେଷଜ୍ଞଙ୍କ ମତ ଟେଷ୍ଟ ବଢିଥିବାରୁ ପଜିଟିଭ୍ ସଂଖ୍ୟା ବି ବଢିଛି। ଅନ୍ୟପକ୍ଷରେ ଲକଡାଉନ୍‌ ଯୋଗୁଁ ସ୍ଥିତି ଠିକ୍ ଅଛି, ନହେଲେ ଦୈନିକ ସଂକ୍ରମଣ ୨୦ ହଜାର ଟପି ସାରନ୍ତାଣି ବୋଲି କହିଛନ୍ତି ବିଶେଷଜ୍ଞ।

ଖୋର୍ଦ୍ଧା ଜିଲା ଖାସ୍ କରି ରାଜଧାନୀ ଭୁବନେଶ୍ୱରରେ ସ୍ଥିତି ଅତି ସାଂଘାତିକ ରହିଛି। ୧୨ ତାରିଖରେ ଜିଲ୍ଲାରେ ୧୫୩୯ ପଜିଟିଭ ଚିହ୍ନ ହୋଇଥିବା ବେଳେ ୧୩ରେ ୧୫୫୭ ପଜିଟିଭ୍ ବାହାରିଥିଲେ। ଆଜିି ସର୍ବାଧିକ ୨୨୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଅର୍ଥାତ୍ ଜିଲ୍ଲାରେ ଗଲା ସାତ ଦିନରେ ସଂକ୍ରମଣ ହାର ୧୫ଶହ ଉପରେ ଥିଲା। ମାତ୍ର ଆଜି ସଂଖ୍ୟା ହଠାତ୍ ୨ ହଜାର ଅତିକ୍ରମ କରିଯାଇଛି।

ରାଜଧାନୀର ସ୍ଥିତି ଅତି ସଂଗୀନ ଥିବା ବେଳେ ନୂଆ ବିଏମସି କମିଶନର ସଞ୍ଜୟ ସିଂ ଆଜି ବିଭିନ୍ନ ଟୀକାକରଣ କେନ୍ଦ୍ର ବୁଲିଛନ୍ତି। ବସ୍ତିଅଞ୍ଚଳର ଅଧିକରୁ ଅଧିକ ଲୋକଙ୍କ ଟିକାକରଣ ଲାଗି ଟାର୍ଗେଟ ଥିବା ସେ କହିଛନ୍ତି। ସେହିପରି ରାଜଧାନୀରେ ହସ୍ପିଟାଲ ବେଡ୍ ସଂଖ୍ୟା ବୃଦ୍ଧି ସହ ହେଲପଲାଇନ୍ ନମ୍ବର ୧୯୨୯କୁ ଅଧିକ ସକ୍ରିୟ କରିବା ପାଇଁ ଉଦ୍ୟମ କରାଯାଉଥିବା ସେ କହିଛନ୍ତି।

ଖୋର୍ଦ୍ଧା ଭଳି ସୁନ୍ଦରଗଡ଼ ଓ କଟକ ଜିଲ୍ଲାର ସ୍ଥିତି ବି ଚିନ୍ତାଜନକ ରହିଛି। ଗଲା ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ରେ ୮୮୨ ଓ କଟକରେ ୭୧୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଟଡାଉନ୍‌ ଓ ଲକଡାଉନ୍‌ ସତ୍ତ୍ୱେ ଲୋକେ କୋଭିଡ୍ ନିୟମ ମାନୁ ନଥିବା ଦେଖିବାକୁ ମିଳୁଛି। ଏଥିପାଇଁ ସଂକ୍ରମଣ ବଢୁଥିବା କୁହାଯାଉଛି।

ଭୁବନେଶ୍ୱରରୁ ଅର୍ଚ୍ଚନା ଶତପଥୀ ଓ ହରିହର ଚାନ୍ଦଙ୍କ ରିପୋର୍ଟ

Corona-situation-is-very-danger-in-capital
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories