ପୁରୀରେ ବଢୁଛି କରୋନା: ସେବାୟତ, ସେବାୟତ ପରିବାରର ୭ ପଜିଟିଭ ଚିହ୍ନଟ

ପୁରୀ: ପୁରୀରେ ଆଜି ଶତକ ଅତିକ୍ରମ କରିଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ୧୧୨ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୪୨ରେ ପହଁଚିଛି। ଶ୍ରୀମନ୍ଦିର ସେବାୟତ, ସେବାୟତ ପରିବାର, କର୍ମଚାରୀଙ୍କୁ ମିଶାଇ ୭ ପଜିଟିଭ ଚିହ୍ନଟ ହୋଇଛନ୍ତି।

ପୂର୍ବରୁ ସେବାୟତ ୧୦ ଓ ସେବାୟତ ପରିବାରରୁ ୫ ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପୂର୍ବରୁ  ଜୋତା ଷ୍ଟାଣ୍ଡ କର୍ମଚାରୀ ୧୦ ଏବଂ ୫ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିଲେ।  ଶ୍ରୀମନ୍ଦିର ସହ ସଂପୃକ୍ତ ଏତେ ଲୋକ ସଂକ୍ରମିତ ହେବା ପରେ ଉଦବେଗ ବଢି ଯାଇଛି। ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି, ଯେଉଁମାନେ କୋଭିଡ ପଜିଟିଭଙ୍କ ସଂସ୍ପର୍ଶରେ ଆସିଛନ୍ତି , ସେମାନଙ୍କର ବି କୋଭିଡ ଟେଷ୍ଟ କରାଯିବ।  ସମସ୍ତଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଥିବା ସେ କହିଛନ୍ତି।

ସୂଚନାଥାଉ କି, ରାଜ୍ୟରେ ଦୈନିକ ସଂକ୍ରମଣ ୩ ହଜାର ମୁହାଁ ହୋଇଛି। ଗତକାଲି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୯୮୯ ନୂଆ ଆକ୍ରାନ୍ତ । ଏଥିରୁ କ୍ୱାରେଣ୍ଟିନରୁ ୧୭୩୩ ଏବଂ ଲୋକାଲ କେସ୍ ରହିଛି ୧୨୫୬। ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୬୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩୮ ପଜିଟିଭ ସହ ଖୋର୍ଦ୍ଧା ରହିଛି ଦ୍ୱିତୀୟରେ । ସେହିପରି କଳାହାଣ୍ଡିରୁ ୨୬୦ ଏବଂ କଟକରୁ ୨୦୮ ଜଣ ପଜିଟିଭ୍ ବାହାରିଛନ୍ତି । ନୂଆପଡ଼ା ୧୫୧, ସମ୍ବଲପୁର୧୪୮, ବରଗଡ଼ ୧୨୬ ଏବଂ ବଲାଙ୍ଗିରରୁ ୧୧୦ ଜଣ ରହିଛନ୍ତି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ରାଜ୍ୟର ୮ ଟି ଜିଲ୍ଲାରେ ୧୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ରାଜ୍ୟର ମୋଟ୍ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୫୮ ହଜାର ୩୪୨କୁ ବୃଦ୍ଧି ପାଇଛି

ସେପଟେ ଆଜି ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କଳାହାଣ୍ଡି ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ପରିସ୍ଥିତିକୁ ଦେଖି କୋଭିଡ ନିୟମ କଡାକଡି କରାଯାଇଛି। ନିୟମ ଉଲ୍ଲଂଘନ ଅଭିଯୋଗରେ କଟକରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି। କଟକ ରାଣୀହାଟସ୍ଥିତ ୨ଟି ଡାଇଗ୍ନୋଷ୍ଟିକ୍ ସେଣ୍ଟରର ଲ୍ୟାବ ଓ କ୍ଲିନିକ୍ ସିଲ୍ କରିଛି ସିଡିଏ। ଆଜି ଏସସିବି ମେଡିକାଲ ଆଖପାଖ ଡାଇଗ୍ନୋଷ୍ଟିକ ସେଣ୍ଟର ଗୁଡିକ ଉପରେ ଚଢାଉ କରାଯାଇଛି। କୋଭି଼ଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଏସବୁ ସେଣ୍ଟର ବନ୍ଦ କରାଯାଇଥିବା ସୂଚନା ମିଳିଛ॥

ଅନ୍ୟପକ୍ଷେ ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବାରୁ ବୀରମିତ୍ରପୁରକୁ ଲାଗିଥିବା ଓଡ଼ିଶା-ଝାଡଖଣ୍ଡ ସୀମାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍ କରାଯାଇ ଯାଂଚ କଡାକଡି କରାଯାଉଛି। ଅନ୍ୟ ରାଜ୍ୟରୁ ଆସୁଥିବା ସମସ୍ତ ଗାଡିକୁ ଅଟକାଇ ପୋଲିସ ଯାଂଚ କରୁଛି। ୩ଟି ଟିମ୍ ଏନେଇ ନିୟୋଜିତ ଅଛନ୍ତି।

 

)

You might also like