• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: କରୋନାର ଦୈନିକ ସଂକ୍ରମଣ ବଢାଉଛି ଚିନ୍ତା। ରାଜ୍ୟରେ ଗତ ଦୁଇଦିନ ସଂକ୍ରମିତଙ୍କ ସଂଖ୍ୟା ଶହେରୁ ଅଧିକ ରହୁଥିବା ବେଳେ ଆଜି କିନ୍ତୁ ୯୮କୁ ଖସି ଆସିଛି। ତେବେ ୮ ଦିନର ବ୍ୟବଧାନ ପରେ ରାଜ୍ୟରେ ଆଉ ଏକ ଜୀବନ ନେଇଛି କରୋନା। ମୃତକ ଜଣକ ଖୋର୍ଦ୍ଧା ଜିଲ୍ଲାରୁ ହୋଇଥିବା ବେଳେ ସେହି ଖୋର୍ଦ୍ଧାରୁ ସର୍ବାଧିକ ୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେପଟେ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲରେ ସଂକ୍ରମଣ ବ୍ୟାପୁଥିବାରୁ କଟକର ସବୁ ଶିକ୍ଷାନୁଷ୍ଠାନରେ କୋଭିଡ୍ ଟେଷ୍ଟକୁ ବାଧ୍ୟତାମୂଳକ କରାଯିବା ସହ କାଲିଠୁ ସ୍କ୍ରିନିଂ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ।

ତେଣେ ବଢୁଥିବା କରୋନା ଗ୍ରାଫ୍‌କୁ ଦେଖି ରାଜ୍ୟରେ ଦ୍ୱିତୀୟ ଲହର ଆସିଯାଇଥିବା ଆଶଙ୍କା କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ଏବେଠାରୁ ଅଧିକ ସତର୍କ ନହେଲେ ମହାରାଷ୍ଟ୍ର ଭଳି ପୁଣି ଥରେ ସ୍ଥିତି ବିଗିଡ଼ିପାରେ ବୋଲି ଆଶଙ୍କା କରିଛନ୍ତି। ସେପଟେ ମହାମାରୀ ମାଡ଼ରେ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି ମହାରାଷ୍ଟ୍ରା ଗଲା ୨୪ ଘଣ୍ଟାରେ ଆଉ ୨୭ ହଜାର ନୂଆ ସଂକ୍ରମିତ ଚିହ୍ନଟ ହେବା ସହିତ ରାଜ୍ୟରେ ଆକ୍ଟିଭ୍ କେଶ୍ ସଂଖ୍ୟା ୧ ଲକ୍ଷ ୯୨ ହଜାର ଟପିଛି।

ସେହିପରି ଦେଶରେ ଗତ ୪ ମାସ ମଧ୍ୟରେ ସର୍ବାଧିକ ଦୈନିକ ସଂକ୍ରମଣ ୪୩ ହଜାର ୮୪୬ରେ ପହଞ୍ଚିଛି। ଗୋଟିଏ ଦିନରେ ପ୍ରାଣ ହରାଇଛନ୍ତି ୧୯୭ ଜଣ। ତେଣେ ଦେଶର ଅନ୍ୟତମ ବ୍ୟାବସାୟିକ ପେଣ୍ଠସ୍ଥଳୀ ସୁରତରେ ସମ୍ଭାବ୍ୟ ସ୍ଥିତିକୁ ଦେଖି ଶନିବାର ଓ ରବିବାର ଟେକ୍ସଟାଇଲ୍ ଏବଂ ହୀରା ଶିଳ୍ପ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି। ଏଭଳି ନିଷ୍ପତ୍ତି ପରେ ସୁରତରେ ଅବସ୍ଥାପିତ ଓଡ଼ିଆ ବ୍ୟବସାୟୀ ଏବଂ ଶ୍ରମିକଙ୍କ ମନରେ ପୁଣି ଥରେ ଛନକା ପଶିଛି।

https://www.youtube.com/watch?v=noIE7QI2DDk

ସେପଟେ ରାତି ପାହିଲେ ଜନତା କର୍ଫ୍ୟୁକୁ ବର୍ଷେ ପୁରିବ। ମହାମାରୀ ସ୍ଥିିତିକୁ ଦେଖି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଗତବର୍ଷ ମାର୍ଚ୍ଚ ୨୨ରେ ସାରା ଦେଶରେ ଜନତା କର୍ଫ୍ୟୁ ପାଳନ ହୋଇଥିଲା। ଏଣେ ଲୋକସଭା ବାଚସ୍ପତି ଓମ୍ ବିର୍ଲା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି।

ରିପୋର୍ଟ: ଶୈଳେଶ ଚମ୍ପାନେରିଆ ଏବଂ କପିଳେନ୍ଦ୍ର ପ୍ରଧାନ
Corona-second-wave-may-have-come-said-health-expert
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories