ସୀମା ପାର ହେବାକୁ ଦେଲାନି ପୋଲିସ; ବାହା ହେବା ପାଇଁ ଆସି ହଟହଟା ବର

ଜଳେଶ୍ୱର:କରୋନା ପାଇଁ ହଟହଟ୍ଟା ହେଲେ ବର। ଜଣେ ନୁହେଁ, ଦୁଇ ଦୁଇ ଜଣ ବର।  ବାହା ହେବାପାଇଁ ଛାଡ଼ିଲାନି ପୋଲିସ। ବହୁ ସମୟ ପର୍ଯ୍ୟନ୍ତ ବରଯାତ୍ରୀ, ବର ପଶ୍ଚିମବଙ୍ଗ-ଓଡ଼ିଶା ସୀମାରେ ଅଟକି ରହିଲେ। ବହୁ ଯୁକ୍ତିତର୍କ ହେଲା। ଶେଷରେ ଜଣେ ବର ହତାଶ ହୋଇ ଫେରି ଯାଇଛନ୍ତି। ଅଟକି ଯାଇଛି ତାଙ୍କର ବାହାଘର।

କରୋନା କଟକଣା ଯୋଗୁଁ ଆଜି ଜଳେଶ୍ୱରସ୍ଥିତ ଲକ୍ଷ୍ମଣନାଥ ତନଖି ଫାଟକରେ କଡାକଡି ହୋଇଛି କଟକଣା। ପଶ୍ଚିମବଙ୍ଗରୁ ଦାନ୍ତୁଲୁ ଏବଂ ବେଦଲାରୁ ଆସୁଥିଲେ ଦୁଇ ଜଣ ବର।  ଦୁଇଟି ଗାଡ଼ିରେ ବରଯାତ୍ରୀଙ୍କ ଗହଣରା ଓଡ଼ିଶା ଆସୁଥିଲେ।  ଜଣେ ବର ଦାନ୍ତୁଲୁରୁ ବାଲେଶ୍ୱରକୁ ବାହା ହେବାକୁ ଯାଉଥିବା ବେଳେ ଅନ୍ୟ ଜଣେ ବର ବେଲଦାରୁ ପାରାଦୀପକୁ ଯାଉଥିଲେ। ତେବେ ରାଜ୍ୟ ସରକାରଙ୍କ ନୂଆ କଟକଣା ପରେ ପୋଲିସ କଟକଣା ଯୋଗୁ ଓଡ଼ିଶା ସୀମାପାର ହୋଇ ପାରି ନ ଥିଲେ। ଓଡ଼ିଶା ପୋଲିସକୁ ଆବଶ୍ୟକ କାଗଜପତ୍ର ଦେଖାଇ ପାରି ନ ଥିଲେ। ଫଳରେ ପାରାଦୀପକୁ ଯାଉଥିବା ବର ଫେରି ଯାଇଥିବାବେଳେ ବାଲେଶ୍ୱରକୁ ଯିବା ପାଇଁ ଅପେକ୍ଷା କରିଥିବା ବର ଅଟକି ରହିଥିଲେ।

କାରଣ କୋଭିଡର ଥାର୍ଡ ମ୍ୟୁଟେନକୁ ନେଇ ସୀମାରେ ଚାଲିଛି କଡାକଡି ଚେକିଂ । ଓଡିଶାକୁ ପ୍ରବେଶ କରିବା ପାଇଁ ଲାଗିଛି ସରକାରଙ୍କ ରୋକ । ସେପଟେ ପଶ୍ଚିମବଙ୍ଗର କରନା ସଂକ୍ରମଣ ହାର ଦ୍ୱିଗୁଣିତ ହୋଇଥିବା ବେଳେ ବାଲେଶ୍ଵର ଜିଲ୍ଲାର ଜଳେଶ୍ୱର ଓ ଭୋଗରାଇରେ ଥିବା ପ୍ରବେଶ ପଥରେ ଯାଞ୍ଚ କଡାକଡି କରାଯାଇଛି ।

ଏହାକୁ ନେଇ ବାଲେଶ୍ୱର-ଦୀଘା ସୀମାନ୍ତ ଉଦୟପୁରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିନା ପୂର୍ବ ସୂଚନାରେ ସୀମା ସିଲ୍ କରାଯାଇଥିବାରୁ ଲୋକେ ଉତ୍ତେଜିତ ହୋଇଯାଇଥିଲ। ପ୍ରବଳ ହଟ୍ଟଗୋଳ ଓ ପାଟିତୁଣ୍ଡ ପରେ ପୋଲିସ ବାଧ୍ୟ ହୋଇ ଅଧଘଣ୍ଟା ପାଇଁ ବେଙ୍ଗଲ ସୀମା ବ୍ୟାରିକେଡ୍ ହଟାଇଥିଲା। ଏହାପରେ ଭୋଗରାଇ ତହସିଲଦାର ଓ ବେଙ୍ଗଲ ପୋଲିସ ମଧ୍ୟରେ ଆଲୋଚନା ହୋଇଥିଲା।

ସୂଚନାଥାଉ କି, ବାଲେଶ୍ଵର ଜିଲ୍ଲାର ଜଳେଶ୍ୱର ଓ ଭୋଗରାଇରେ ମୋଟ ୮୨ଟି ଗ୍ରାମ ସୀମା ପଶ୍ଚିମବଙ୍ଗକୁ ଲାଗି ରହିଛି । ଏହି ଗ୍ରାମ୍ୟ ରାସ୍ତା ଗୁଡିକ ସିଲ କରାଯାଇଥିବା ବେଳେ ମୁଖ୍ୟ ରାସ୍ତା ଦେଇ ଓଡିଶା ମଧ୍ୟକୁ ପ୍ରବେଶ ପଶ୍ଚିମବଙ୍ଗରୁ ପ୍ରବେଶ କରୁଛନ୍ତି ।  ତେବେ ପ୍ରବେଶ ପୂର୍ବରୁ ସଂପୃକ୍ତ ବ୍ୟକ୍ତିଙ୍କର ସମସ୍ତ ତଥ୍ୟ ନିଆ ଯାଉଥିବା ବେଳେ ଥର୍ମାଲ ସ୍କ୍ରିନିଂ କରାଯାଉଛି । ଆଜି ବାଲେଶ୍ଵର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ସ୍ଥିତି ଅନୁଧ୍ୟାନ କରିଛନ୍ତି ବାଲେଶ୍ୱର ଜିଲ୍ଲାପାଳ । ଜଳେଶ୍ୱର ୩ଟି ଓ ଭୋଗରାଇରେ ୫ଟି  କ୍ୱାରାଣ୍ଟାଇନ୍ ସେଣ୍ଟର କରାଯାଇଛି ।

You might also like