ଚଇତି ପର୍ବ କଟକଣା: ମା’ ତାରିଣୀ ପୀଠରେ ବନ୍ଦ ରହିବ ଭକ୍ତଙ୍କ ଦର୍ଶନ

କେନ୍ଦୁଝର: ମା ତାରିଣୀଙ୍କ ଚଇତି ପର୍ବ ଉପରେ କଟକଣା। କୋଭିଡ୍ କଟକଣାରେ ପାଳିତ ହେବ ଚଳିତ ବର୍ଷର ଚଇତି ଯାତ୍ରା। ୧୩ ଓ ୧୪ ତାରିଖରେ ମା ତାରିଣୀ ପୀଠରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ୯ରୁ ୧୨ ଓ ୧୫ ତାରିଖରେ କୋଭିଡ ନିୟମ ଅନୁସାରେ ଭକ୍ତ ଦର୍ଶନ କରିବେ। ସକାଳ ୭ଟାରୁ ସାଢ଼େ ୧୨ଟା, ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୭ଟା ଯାଏଁ  ଭକ୍ତ ଦର୍ଶନ କରିପାରିବେ।

ଚଇତି ପର୍ବରେ ମନ୍ଦିର ପରିସରରେ ଥିବା ପୂଜା ସାମଗ୍ରୀ ଦୋକାନ ବନ୍ଦ ରହିବ। ଭକ୍ତଙ୍କ ପାଇଁ ପଣା ଭୋଗ ଓ ଅନ୍ନ ଭୋଗ ବିତରଣ ବନ୍ଦ ରହିବ। ମା ତାରିଣୀଙ୍କ ପୂଜାର୍ଚ୍ଚନା କାର୍ଯ୍ୟ ସୋସିଆଲ ମିଡିଆରେ ସଂପ୍ରସାରଣ କରାଯିବ। ଏହି ଦିନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭକ୍ତମାନେ ମାଙ୍କ ପାଖରେ ଭୋଗ କରିପାରିବେ ନାହିଁ। ସେବାୟତ, କର୍ମକର୍ତ୍ତା, କର୍ମଚାରୀ କୋଭିଡ ନିୟମ ମାନିବା ବାଧ୍ୟତାମୂଳକ କରାଯାଇଛି।

You might also like