ଆଜି ବି ଭୁବନେଶ୍ୱରରେ ହେବ କରୋନା ରାପିଡ୍ ଟେଷ୍ଟିଂ

ଭୁବନେଶ୍ୱର:କରୋନା ହଟ୍‌ସପଟ୍ ଭୁବନେଶ୍ୱରରେ ଆଜି ମଧ୍ୟ ରାପିଡ୍ ଟେଷ୍ଟିଂ ଜାରି ରହିବ। ୭ ଦିନ ମଧ୍ୟରେ ୫ ହଜାର ସାମ୍ପଲ ଟେଷ୍ଟ ପାଇଁ ଲକ୍ଷ୍ୟ ଥିବାରୁ ବିଏମ୍ସି ଏଥିପାଇଁ  ସ୍ୱତନ୍ତ୍ର ପ୍ଲାନ ପ୍ରସ୍ତୁତ କରିଛି। ମାତ୍ର ୨୦ ମିନିଟ ମଧ୍ୟରେ ଫଳାଫଳ ଜଣାପଡ଼ବ। ଏଥିପାଇଁ ୧୩ଟି ଟିମ୍ ଗଠନ ହୋଇଛି। ବିଏମ୍‌ସିର ବିଭିନ୍ନ ଜୋନ୍‌କୁ ଏହି ୧୩ ଟିମ୍ ମଧ୍ୟରେ ବଣ୍ଟା ଯାଇଛି।

ନମୁନା ସଂଗ୍ରହ ସକାଳ ୮ଟାରୁ ଦିନ ୧୧ଟା ଏବଂ ଅପରାହ୍ଣ ୪ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଦୁଇ ପର୍ଯ୍ୟାୟରେ କରାଯାଉଛି। ଗତକାଲି ଭୁବନେଶ୍ୱର ମହାନଗର ନିଗମ ଅଂଚଳର ବିଭିନ୍ନ ସ୍ଥାନରେ ନମୁନା ସଂଗ୍ରହ କରାଯାଇଥିଲା।

କେସୁରା, ନୀଳାଦ୍ରି ନଗର, ରେଡ୍‌କ୍ରସ ଟ୍ରେନିଂ ସେଣ୍ଟର, ଜୟଦୁର୍ଗା ନଗର, ବମିଖାଲ ଭଳି ପ୍ରାୟ ୨୧ଟି ସ୍ଥାନରେ ସାମ୍ପଲ ସଂଗ୍ରହ  କରାଯାଉଛି।

ରାଜ୍ୟକୁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬ ହଜାର ରାପିଡ୍ ଆଣ୍ଟିବଡି ଟେଷ୍ଟ କିଟ୍ ମିଳିଥିବାରୁ ଏହା ମାଧ୍ୟମରେ ମଧ୍ୟ ଟେଷ୍ଟ ଆରମ୍ଭ ହୋଇଛି। ଉଭୟ ପ୍ରଭାବିତ ଓ ଅଣପ୍ରଭାବିତ ଅଂଚଳରେ ପରୀକ୍ଷା ହେବ।

ତେବେ ଗତକାଲି ତିନିଜଣ ବିଧାୟକ କ୍ୟାପିଟାଲ ହସ୍ପିଟାଲରେ ଯାଇ ସେମାନଙ୍କ ନମୁନା ପରୀକ୍ଷା କରିଛନ୍ତି।  ବିଧାୟକମାନେ ନିଜେ ମେଡିକାଲ ଯାଇ ସେମାନଙ୍କ ନମୁନା ଦେଇଥିଲେ। ୧୫ ମିନିଟ ଭିତରେ ସମସ୍ତଙ୍କର ରିପୋର୍ଟ ଆସିଥିଲା। ସମସ୍ତଙ୍କର ରିପୋର୍ଟ ନେଗେଟିଭ ଆସିଥିବା କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

You might also like