‘ଓଡ଼ିଶାରେ ସଂକ୍ରମଣ କମିନଥିଲେ ବି ପଜିଟିଭିଟି ହ୍ରାସ ପାଉଛି’

ନୂଆଦିଲ୍ଲୀ: ଓଡ଼ିଶାରେ ସଂକ୍ରମଣ କମିନଥିଲେ ବି ପଜିଟିଭିଟି ହ୍ରାସ ପାଉଛି। କରୋନା ସ୍ଥିତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲଙ୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ- ଓଡ଼ିଶାରେ ପଜିଟିଭିଟି ହାର ଏବେ ୨୩%କୁ ଖସିଛି। ଲାକ୍ଷାଦ୍ୱୀପରେ ସର୍ବାଧିକ ୬୪.୭% ପଜିଟିଭିଟି ରହିଛି। ଗୋଆ ୩୭, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକରେ ପଜିଟିଭିଟି ହାର ୩୧% ରହିଛି।

ସେହିପରି ସାରା ଦେଶରେ ପଜିଟିଭିଟି ହାର ୧୬.୯% ରହିଛି। ଭାରତରେ ଏଯାବତ ମାତ୍ର ୧.୮ ପ୍ରତିଶତ ଲୋକ ସଂକ୍ରମିତ ହୋଇଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି। ଆମେରିକାରେ ସର୍ବାଧିକ ୧୦.୧% ସଂକ୍ରମିତ, ବ୍ରାଜିଲରେ ୭.୩% ।

ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତର ପ୍ରଦେଶରେ ସଂକ୍ରମଣ କମୁଛି । ବିହାର, ମଧ୍ୟପ୍ରଦେଶ, ଛତିଶଗଡ଼ ଆଦି ୮ଟି ରାଜ୍ୟରେ କମୁଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି ।

You might also like