ରାଜ୍ୟରେ ୧୨ ହଜାରରୁ ଅଧିକ କରୋନା ରୋଗୀ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧,୮୪୨

ଭୁବନେଶ୍ୱର: ରାଜ୍ୟରୁ କରୋନା ସଂକ୍ରମଣ ଯେପରି କମିବାର ନାଁ ନେଉନି। ଆଜି ଦୈନିକ ସଂକ୍ରମଣ ପୁଣି ୧୨ ହଜାର ଉପରେ ରହିଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ, ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି  ୧୨,୫୨୩ କରୋନା ପଜିଟିଭ। ଏଥିମଧ୍ୟରୁ କ୍ୱାରେଣ୍ଟିରେ ୭, ୦୧୨ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ   ୫,୫୧୧ ଥିବା ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।

ବିଶେଷକରି ଚିନ୍ତା ବଢାଇଛି ଖୋର୍ଦ୍ଧା ଜିଲ୍ଲା। ସବୁଠାରୁ ଅଧିକ ସଂକ୍ରମତଙ୍କ ତାଲିକାରେ ଉପରେ ରହଛି ଏହି ଜିଲ୍ଲା। ଆଜି ଏଠାରୁ ଚିହ୍ନଟ ହୋଇଛନ୍ତି ୧,୮୪୨ ଜଣ ରୋଗୀ। ଏହାପଛରେ ରହିଛି କଟକ। ଏଠାରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ହଜାରେ ଉପରେ ରହିଛି। ୨୪ ଘଣ୍ଟାରେ ଏଠାରୁ ବାହାରିଛନ୍ତି୧,୦୮୪ ଜଣ ରୋଗୀ।

ଏହାବ୍ୟତୀତ ଅନୁଗୁଳରୁ ୯୩୦, ବାଲେଶ୍ୱରରୁ ୫୧୦, ବରଗଡରୁ ୩୧୫, ଭଦ୍ରକ ୧୭୭, ବଲାଙ୍ଗୀରରୁ ୨୯୬, ବୌଦ୍ଧରୁ ୩୬୫, ଦେବଗଡରୁ ୧୦୬, ଢେଙ୍କାନାଳରୁ ୧୩୨, ଗଜପତିରୁ ୫୩, ଗଞ୍ଜାମରୁ ୩୬୯, ଜଗତ୍‌ସିଂହପୁରରୁ ୩୨୫, ଯାଜପୁରରୁ ୪୧୯, ଝାରସୁଗୁଡାରୁ ୩୭୩, କଳାହାଣ୍ଡିରୁ ୪୯୧, କନ୍ଧମାଳରୁ ୧୦୦, କେନ୍ଦ୍ରାପଡାରୁ ୧୯୫, କେନ୍ଦୁଝରରୁ ୨୩୨, କୋରାପୁଟରୁ ୨୩୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ସେହିପରି ମାଲକାନଗିରିରୁ ୭୩ଳ ମୟୂରଭଞ୍ଜରୁ ୫୪୬, ନବରଙ୍ଗପୁରରୁ ୩୮୩, ନୟାଗଡରୁ ୩୧୫, ନୂ଼ଆପଡାରୁ ୧୨୯, ପୁରୀରୁ ୫୬୮, ରାୟଗଡାରୁ ୩୨୧, ସମ୍ବଲପୁରରୁ ୪୦୦, ସୋନପୁରରୁ ୨୦୨, ସୁନ୍ଦରଗଡରୁ ୭୧୫ ଓ ଷ୍ଟେଟପୁଲ୍‌ରୁ ୩୨୪ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ୧,୧୧,୮୦,୬୪୯ ନମୂନା ପରୀକ୍ଷା କରାଯାଇଥିବାବେଳେ ପଜିଟିଭ ୬,୬୮,୪୨୨ ବାହାରିଛନ୍ତି। ୫,୫୬,୫୦୧ ଜଣ ସୁସ୍ଥ ହୋଇଥିବାବେଳେ ଆକ୍ଟିଭ କେସ ରହିଛି ୧,୦୯,୪୩୮।

ଏପଟେ ଆସନ୍ତା ୨୨ ତାରିଖ ପରେ ରାଜଧାନୀରେ ବନ୍ଦ ହେବ ଡ୍ରାଇଭ ଇନ୍ ଭ୍ୟାକ୍ସିନେସନ୍ ବ୍ୟବସ୍ଥା ।ଏହା ସହ ଡୋର ଟୁ ଡୋର୍ ଭ୍ୟାକ୍ସିନେସନ୍ ମଧ୍ୟ ବନ୍ଦ କରାଯିବ । କୋଭିଡ୍ ଗାଇଡଲାଇନ୍ ପରିସରଭୁକ୍ତ ନ ଥିବାରୁ ରାଜ୍ୟ ସରକାର ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।

ଭୁବନେଶ୍ୱରର ୩ଟି ଜୋନରେ ୫ଟି ଡ୍ରାଇଭ ଇନ୍ ଭ୍ୟାକ୍ସିନେସ୍ କେନ୍ଦ୍ର ଚାଲିଛି । ଆସନ୍ତା ୨୨ ପର୍ଯ୍ୟନ୍ତ ଟିକାକରଣ ଲାଗି ସ୍ଲଟ୍ ବୁକିଂ ସରିଥିବାରୁ ୨୨ ତାରିଖ ପର୍ଯ୍ୟନ୍ତ ଟିକାକରଣ ଚାଲିବ । ଏହାପରେ ଡ୍ରାଇଭ୍ ଇନ୍ ଭ୍ୟାକ୍ସିନେସନକୁ ବନ୍ଦ କରି ଦିଆଯିବ । ଦୈନିକ ପ୍ରତିକେନ୍ଦ୍ରରେ ୫ଶହ ଲେଖାଏଁ ୨୫ଶହ ଜଣଙ୍କ ଟିକାକରଣ କରାଯାଉଥିଲା । ତେବେ ଟିକାକରଣ ପରେ କୋଭିଡ୍ ନୀତିନିୟମର ଉଲ୍ଲଂଘନ ହେଉଥିବା ନେଇ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା ।

ଅଭିଯୋଗର ଶୁଣାଣି କରି ତୁରନ୍ତ ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଜାତୀୟ ମାନବାଧିକାର କମିଶନ।  ତେବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୨୨ ତାରିଖ ପରଠାରୁ ଡ୍ରାଇଭ ଇନ୍ ଭ୍ୟାକ୍ସିନେସନ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷ।

You might also like