ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ଆଜି ଚିହ୍ନଟ ହେଲେ ୫୯୪
ଭୁବନେଶ୍ୱର: ରାଜ୍ୟରେ ହ୍ରାସ ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ରାଜ୍ୟରେ ୬୪୪ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ୫୯୪ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୩୪୩ ଥିବାବେଳେ ଲୋକାଲ କେସ ୨୫୧ ରହିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ।
ଆଜି ଖୋଦ୍ଧାରୁ ସର୍ବାଧିକ ୫୬ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ତା ପଛକୁ ରହିଛି ସୁନ୍ଦରଗଡ ଓ ପୁରୀ । ଏହି ଦୁଇ ଜିଲ୍ଲାରୁ ୫୫ ଜଣ ଲେଖାଏ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ବାକି ୨୭ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୫୦ ତଳେ ରହିଛି।
ଏହାକୁ ମିଶାଇ ରାଜ୍ୟରେ ପଜିଟିଭ ସଂଖ୍ୟା ୩,୧୭,୨୩୯ ଥିବାବେଳେ ଆକ୍ଟିଭ କେସ ରହିଛି ୬୬୨୯। ସୁସ୍ଥ ହୋଇ ଘରକୁ ଫେରିଲେଣି ୩,୦୮,୮୩୯।
Covid-19 Report For 26th November
New Positive Cases: 594
In quarantine: 343
Local contacts: 251(Details of local contacts will be shared by concerned District Administration)
District Wise Cases:
1. Angul: 37
2. Balasore: 34
3. Bargarh: 14
4. Bhadrak: 11
5. Balangir: 42— I & PR Department, Odisha (@IPR_Odisha) November 27, 2020