ପଳାଶୁଣି, ରସୁଲଗଡ଼, କେସୁରା ହାଟ ବୁଲିଥିଲେ ୬୦ ନମ୍ବର ‘କରୋନା’ ଆକ୍ରାନ୍ତ

ଭୁବନେଶ୍ୱର: ଝାରପଡ଼ାର ୬୦ ନମ୍ବର ସମେତ ୫୭, ୫୮, ୫୯ନଂ ‘କରୋନା’ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ୬୦ ନମ୍ବର ଆକ୍ରାନ୍ତ ଜଣକ ୨୨ ମାର୍ଚ୍ଚରୁ ୧୩ ତାରିଖ ପର୍ଯ୍ୟନ୍ତ ଝାରପଡ଼ା ନୀଳାଦ୍ରିନଗର ସ୍ଥିତ ଘରେ ରହିଥିଲେ। ପରିବା ଓ ଗ୍ରୋସରୀ ପାଇଁ ସେ ପଳାଶୁଣି, ରସୁଲଗଡ଼ ଓ କେସୁରା ହାଟ ଯାଇଥିଲେ। ଆଜି ସାମ୍ପଲ ପଜିଟିଭ ଆସିବା ପରେ ତାଙ୍କୁ କିମ୍ସ କୋଭିଡ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି।

ଆଜି ସୁଦ୍ଧା ରାଜ୍ୟରେ ‘କରୋନା’ରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ ଜଣ ଆକ୍ରାନ୍ତ ହୋଇଛନ୍ତି। ତେବେ ୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁଦ୍ଧା ୪୧ ଜଣ ବିଭିନ୍ନ କୋଭିଡ୍‌ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି।


ତେବେ ପ୍ରତିଦିନ ‘କରୋନା’ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିଛନ୍ତି। ସାମାଜିକ ଦୂରତା ବଜାୟ ରଖିବାକୁ ବାରମ୍ୱାର ଅନୁରୋଧ କରାଯାଉଛି। ଏହା ସତ୍ତ୍ୱେ ‘କରୋନା’ କାୟା ବିସ୍ତାର କରିବାରେ ଲାଗିଛି।

ସେହିପରି ୫୭ ନମ୍ବର ଆକ୍ରାନ୍ତ ୫୦ ବର୍ଷ ବୟସ୍କ ବ୍ୟକ୍ତି। ସେ ପରିବା ବଜାର, ରିଲାଏନ୍ସ ଫ୍ରେସ୍ ଯାଇଥିଲେ। ମାର୍ଚ୍ଚ ୨୨ରୁ ଏପ୍ରିଲ ୧୩ ଯାଏ ବେବିଲୋନ ଆପାର୍ଟମେଣ୍ଟ ଘରେ ଥିଲେ। ଏହି ସମୟ ମଧ୍ୟରେ ପରିବା, ଗ୍ରୋସରୀ କିଣିବାକୁ ବାହାରକୁ ଯାଇଥିଲେ।
ଗଣେଶ ମଣ୍ଡପ ପରିବା ଦୋକାନ, ଓଭରବ୍ରିଜ ନିକଟ ରିଲାଏନ୍ସ ଫ୍ରେସ୍ ଯାଇଥିଲେ।

ଆକ୍ରାନ୍ତ ବ୍ୟକ୍ତି ବମିଖାଲ ଏବଂ ରସୁଲଗଡ଼ ମାର୍କେଟ ମଧ୍ୟ ଯାଇଥିଲେ। ତାଙ୍କ ନିକଟରେ କୌଣସି ଲକ୍ଷଣ ନଥିଲା। ସାମ୍ପଲ ଯିବା ପରେ ଆଜି ପଜିଟିଭ ରିପୋର୍ଟ ଆସିଛି। ପରେ କିମ୍ସ ସ୍ଥାନାନ୍ତର କରାଯାଇଛି। ସେହିପରି ୫୮ ଏବଂ ୫୯ ନମ୍ବର ଆକ୍ରାନ୍ତ ବି ବେବିଲୋନ ଆପାର୍ଟମେଣ୍ଟ ଘରେ ଥିଲେ। ସେମାନଙ୍କ ପଜିଟିଭ ଆସିବା ପରେ ଆଜି କିମ୍ସ ସ୍ଥାନାନ୍ତର କରାଯାଇଥିଲା।

You might also like