ଭୁବନେଶ୍ୱର ରେଳ ଷ୍ଟେସନରୁ ଚିହ୍ନଟ ହେଲେ ଏତିକି କରୋନା ଆକ୍ରାନ୍ତ
ରେଳ ଷ୍ଟେସନରୁ ଚିହ୍ନଟ ହେଲେ ଆକ୍ରାନ୍ତ
ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନରୁ ୨ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରେଳ ଷ୍ଟେସନରୁ ପ୍ରଥମ ଥର ପାଇଁ ପଜିଟିଭ ଚିହ୍ନଟ ହୋଇଛନ୍ତି। ଉଭୟ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। କେବଳ ଏତିକି ନୁହେଁ ବରଂ ଉଭୟଙ୍କ କଣ୍ଟା ଟ୍ରେସିଂ ଓ ଟ୍ରାଭେଲ ହିଷ୍ଟ୍ରିର ତନାଘନା ବି ଚାଲିଛି। ରେଳ ଷ୍ଟେସନରେ ପଜିଟିଭ ଚିହ୍ନଟ ପରେ ଟେଷ୍ଟିଂକୁ ତ୍ୱରାନ୍ୱିତ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।
ତେବେ ଦିନକୁ ଦିନ ବେକାବୁ ହେଉଛି ମହାମାରୀ । ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଦୁଇ ଦିନ ପାଇଁ ସିଲ୍ ହେବ ଭୁବନେଶ୍ୱରର ସ୍ଥିତ ଏସବିଆଇ ମୁଖ୍ୟ କାର୍ଯ୍ୟାଳୟ । ଏସବିଆଇର ମୁଖ୍ୟ କାର୍ଯ୍ୟାଳୟରେ ୭ କର୍ମଚାରୀ ପଜିଟିଭ ଚିହ୍ନଟ ପରେ ଏହି ପଦକ୍ଷେପ ନେଇଛି ବିଏମସି । ଆସନ୍ତା ୨ ଦିନ ପାଇଁ SBI ମୁଖ୍ୟ କାର୍ଯ୍ୟାଳୟକୁ ସିଲ୍ କରିବାକୁ BMC ନିଷ୍ପତ୍ତି ନେଇଛି।ସେପଟେ ରାଜ୍ୟରେ ଦିନ ସମୟରେ କର୍ଫ୍ୟୁ ଲାଗୁ ହୋଇପାରେ। ୪/୫ ଦିନ ମଧ୍ୟରେ ଏହା ଲାଗୁ ହୋଇପାରେ। ରାଜ୍ୟରେ କରୋନା ପରିସ୍ଥିତି ନେଇ ବାଚସ୍ପତି କହୁକହୁ ଏଭଳି କିଛି କହିଥିବା ଜଣାପଡ଼ିଛି। ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇପାରେ ବୋଲି ଜଣାପଡ଼ିଛି। ଏ ନେଇ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରୁଥିବା ବାଚସ୍ପତି କହିଛନ୍ତି। କରୋନା ନେଇ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ବାଚସ୍ପତି କହିଛନ୍ତି।
#ଭୁବନେଶ୍ୱର_ରେଳ_ଷ୍ଟେସନରୁ_୨_ଯାତ୍ରୀ_ପଜିଟିଭ_ଚିହ୍ନଟ
ଭୁବନେଶ୍ୱର ରେଳ ଷ୍ଟେସନରୁ ପ୍ରଥମ ଥର ପାଇଁ ପଜିଟିଭ ଚିହ୍ନଟ ହୋଇଛନ୍ତି।
ଉଭୟ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି, ଉଭୟଙ୍କ କଣ୍ଟା ଟ୍ରେସିଂ ଓ ଟ୍ରାଭେଲ ହିଷ୍ଟ୍ରିର ତନାଘନା ଚାଲିଛି। pic.twitter.com/rmqMj1tByF— ଓଟିଭି (@otvkhabar) April 4, 2021
ରେଳ ଷ୍ଟେସନରେ ପଜିଟିଭ ଚିହ୍ନଟ ପରେ ଟେଷ୍ଟିଂକୁ ତ୍ୱରାନ୍ୱିତ କରାଯାଇଛି। ସୂଚନା ଦେଲେ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।#BMC #Odisha #CoronaVirus #COVID19
— ଓଟିଭି (@otvkhabar) April 4, 2021