ଜଣଙ୍କ ସଂସ୍ପର୍ଶରେ ଆସି ଏତିକି ହେଲେ କରୋନା ସଂକ୍ରମିତ…, ବଢ଼ିଲା ଚିନ୍ତା

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳର ଜଣେ ସୁପର୍‌ ସ୍ପ୍ରେଡରଙ୍କୁ ନେଇ ଚିନ୍ତା ବଢ଼ିଛି। ମଞ୍ଚେଶ୍ୱରରେ ଥିବା ଏକ ଅଟାକଳରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୨୬ ଜଣ ଆକ୍ରାନ୍ତ ହୋଇଛନ୍ତି।

ଏହି ୨୬ଜଣ ଉକ୍ତ ଅଟାକଳର କର୍ମଚାରୀ ଓ ଏମାନେ ସମସ୍ତେ ପୂର୍ବରୁ ଚିହ୍ନଟ ଅଟାକଳର ଜଣେ କର୍ମଚାରୀଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି।  ଆଜି ମଞ୍ଚେଶ୍ୱରରୁ ୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱରରୁ ଆଉ ୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ କେନ୍ଦ୍ରରୁ ୭୨ ଜଣ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ୍‌ କେସ୍ ୧୯ ରହିଛି।

ଆହୁରି ପଢ଼ନ୍ତୁ

You might also like