ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୮୪ କରୋନା ରୋଗୀ

ଭୁବନେଶ୍ୱର:ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୧, ୩୮୪ କରୋନା ପଜିଟିଭ।୨୮ ଜିଲ୍ଲାରୁ ୧,୩୮୪ ପଜିଟିଭ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୮୮୯ ଜଣ  ଥିବାବେଳେ ଲୋକାଲ କେସ୍‌ ଅଛି ୪୯୫।

ସୋମବାର ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଅଛନ୍ତି। ଗଞ୍ଜାମରୁ ୨୮୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।  ଏହା ପଛରେ ରହିଛି ଖୋର୍ଦ୍ଧା। ଖୋର୍ଦ୍ଧାରେ  ୨୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜିର ନୂଆ ମାମଲାକୁ ମିଶାଇ ରାଜ୍ୟରେ ପଜିଟିଭ୍ ସଂଖ୍ୟା ୩୭ ହଜାର ୬୮୧କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା କରୋନାରୁ ୨୩,୦୭୩ ସୁସ୍ଥ ହୋଇଥିବାବେଳେ  ଆକ୍ଟିଭ କେସ୍ ୧୪,୩୫୦ ରହିଛି।

ସେହିପରି କଟକରୁ ୧୨୧, ସମ୍ବଲପୁରରୁ ୮୨,  କେନ୍ଦୁଝରରୁ ୬୬, ସୁନ୍ଦରଗଡ଼- ୬୪, କନ୍ଧମାଳରୁ ୬୨ ଚିହ୍ନଟ
ଢେଙ୍କାନାଳ- ୫୧, କୋରାପୁଟ- ୪୯, କଳାହାଣ୍ଡିରୁ ୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷେ ଭଦ୍ରକ- ୪୦, ଯାଜପୁର- ୩୯, ଗଜପତି- ୩୮, ବାଲେଶ୍ୱରରୁ ୩୭,  ପୁରୀ ଓ ମାଲକାନଗିରିରୁ ୩୪ ଲେଖାଏଁ, ନୟାଗଡ଼ରୁ ୩୧, ମୟୂରଭଞ୍ଜ- ୨୮,  ଜଗତସିଂହପୁର- ୨୦, ଅନୁଗୁଳରୁ ୧୪ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷେ କେନ୍ଦ୍ରାପଡ଼ା- ୧୨, ବରଗଡ଼- ୧୦, ବଲାଙ୍ଗିରରୁ ୫, ନୂଆପଡ଼ା ଓ ଝାରସୁଗୁଡ଼ାରୁ ୩ ଲେଖାଏଁ , ବୌଦ୍ଧ ଓ ନବରଙ୍ଗପୁରରୁ ୨ ଲେଖାଏଁ ଓ ସୋନପୁରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଥାଉ କି, ରାଜ୍ୟରେ ରବିବାର ମଧ୍ୟ ୧,୩୮୪ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଥିଲେ। ନୂଆ ଚିହ୍ନଟଙ୍କ ମଧ୍ୟରେ ୮୭୩ ଜଣ କ୍ୱାରେଣ୍ଟିନ୍ଓ  ୫୧୧ ଲୋକାଲ କେସ ଥିଲା ।

ସେହିପରି ରବିବାର ରାଜ୍ୟରେ ୧୦ କରୋନା ରୋଗୀଙ୍କର ମୃତ୍ୟୁ ଘଟିଥିଲା ବେଳେ ଆଜି ରାଜ୍ୟରେ ୯ ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି।

 

 

 

 

You might also like