ରାଜ୍ୟରେ ଖସୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହେଲେ ୬୪୪

ଭୁବନେଶ୍ୱର: ରାଜ୍ୟରେ ଖସୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୬୪୪ ଆକ୍ରାନ୍ତ। କ୍ୱାରେଣ୍ଟିନ ସେଣ୍ଟରରୁ ୩୭୧ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ୨୭୩ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂତ୍ରରୁ ଜଣାଯାଇଛି।

ଖୋର୍ଦ୍ଧା, ସୁନ୍ଦରଗଡ ଓ ମୟୂରଭଞ୍ଜ ଜିଲ୍ଲାରେ ଆଜି ସର୍ବାଧିକ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ୭୩, ସୁନ୍ଦରଗଡରୁ ୬୨ ଏବଂ ମୟୂରଭଞ୍ଜରୁ ୫୯ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟ ସମସ୍ତ ଜିଲ୍ଲାରୁ ଚିହ୍ନଟ ରୋଗୀଙ୍କ ସଂଖ୍ୟା ୫୦ ତଳେ ରହିଛି।

କୋରାପୁଟ, ରାୟଗଡାରେ ଜଣେ ଲେଖାଏ ରୋଗୀ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୦,୦୫୨ଥିବାବେଳେ ଆକ୍ଟିଭ କେସ ରହିଛି ୯୨୮୦। ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୨,୯୯,୧୫୯ ରହିଛି।

 

 

You might also like