ହୋମ୍ କ୍ୱାରେଣ୍ଟିନରେ ରହିପାରିବେ ଲକ୍ଷଣ ନଥିବା କରୋନା ରୋଗୀ

ଭୁବନେଶ୍ୱର: ହୋମ୍ କ୍ୱାରେଣ୍ଟିନରେ ରହିପାରିବେ ଲକ୍ଷଣ ନଥିବା ରୋଗୀ। କେନ୍ଦ୍ର ସରକାର ଜାରି କରିଥିବା ନୂଆ ଗାଇଡଲାଇକୁ ଲାଗୁ କରିଛନ୍ତି ରାଜ୍ୟ ସରକାର। ଯଦି ଜଣେ ରୋଗୀଙ୍କ କମ୍ ଲକ୍ଷଣ ଥିବ ବା ପ୍ରି-ସିମ୍ଟମେଟିକ୍ ଥିବେ, ତେବେ ତାଙ୍କୁ ହୋମ କ୍ୱାରେଣ୍ଟିନରେ ରହିବାକୁ ଅନୁମତି ମିଳିବ। ସଂପୃକ୍ତ ରୋଗୀଙ୍କୁ ୨୪ ଘଣ୍ଟା ତଦାରଖ କରିବାକୁ କେୟାର ଗିଭର୍ ବ୍ୟବସ୍ଥା କରାଯିବ।

କେୟାର ଗିଭର ହ୍ରାଇଡ୍ରୋକ୍ସି କ୍ଲୋରକ୍ୱିନ ନେଇପାରିବେ ହୋମ୍ ଆଇସୋଲେସନରେ ରହୁଥିବା ରୋଗୀ ମେଡିକାଲ ସହ ଯୋଗାଯୋଗରେ ରହିବେ। ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରିବେ।

୧୭ ଦିନ ଭିତରେ ଯଦି କୌଣସି ଲକ୍ଷଣ ଆସିବ ନାହିଁ ଓ ୧୦ ଦିନ ଭିତରେ ଜ୍ୱର ହେବ ନାହିଁ, ତେବେ ଟେଷ୍ଟର ଆବଶ୍ୟକତା ନାହିଁ। ତେବେ ଘରେ ରହିବାକୁ ହେଲେ ଅଲଗା ଘର, ଅଲଗା ପାଇଖାନା ଥିବା ଦରକାର।

ସେମାନଙ୍କ ହାତରେ ଷ୍ଟାମ୍ପ ଓ ବ୍ୟାଣ୍ଡ୍ ଲାଗିବ। ଘର ସାମ୍ନାରେ ଷ୍ଟିକର ଲାଗିବ। ସ୍ୱେଚ୍ଛାପତ୍ର ଦେଇ ରୋଗୀ ନିଜ ଘରେ ରହିପାରିବେ। ନୂଆ ବ୍ୟବସ୍ଥା କେବଳ ଓଡ଼ିଶାର ସହରାଞ୍ଚଳରେ ଲାଗୁ କରାଯିବ ଓ ଗ୍ରାମାଞ୍ଚଳ ଆକ୍ରାନ୍ତ ସବୁ ସୁବିଧା ଥିବା ଦର୍ଶାଇଲେ ଅନୁମତି ମିଳିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

You might also like