ଗଂଜାମରେ ‘କରୋନା’ କମୁଛି, ଆରୋଗ୍ୟ ହାର ବଢୁଛି

ବ୍ରହ୍ମପୁର: ଗଂଜାମରେ ନିମ୍ନଗାମୀ ହେଉଛି କରୋନା। ସୁସ୍ଥ ହୋଇଥିବା ଲୋକଙ୍କ ପାଖରେ ଆଉ କରୋନା ଲକ୍ଷଣ ଦେଖାଯାଉନି ବୋଲି କହିଛନ୍ତି ଜିଲ୍ଲାପାଳ ବିଜୟ କୁଲାଙ୍ଗେ।

ଗଂଜାମରେ କରୋନା ସ୍ଥିତି ନେଇ ପ୍ରେସ୍‌ମିଟ୍‌ରେ ଜିଲ୍ଲାପାଳ ବିଜୟ କୁଲାଙ୍ଗେ କହିଛନ୍ତି ଯେ ଗଂଜାମ ଜିଲ୍ଲାରେ କରୋନା ଆରୋଗ୍ୟ ହାର ୭୮ ପ୍ରତିଶତକୁ ବୃଦ୍ଧି ପାଇଛି। ତିନି ଦିନ ତଳେ ଗଂଜାମର ଆକ୍ଟିଭ କେସ୍ ୩୭ଶହରୁ ଅଧିକ ଥିଲାବେଳେ ଆଜି ଜିଲ୍ଲାରେ ଆକ୍ଟିଭ କେସ୍ ସଂଖ୍ୟା ୨ ହଜାର ପାଖପାଖି ରହିଛି।

ସେହିପରି ସୁସ୍ଥ ହେଉଥିବା ଲୋକଙ୍କ ପାଖରେ ଆଉ କରୋନା ଲକ୍ଷଣ ଦେଖାଯାଉନି। ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରୁ ୧ ହଜାର କୋଭିଡ଼ ବନ୍ଧୁ କାମ କରୁଛନ୍ତି। କୋଭିଡ଼ ବନ୍ଧୁ ହୋଇ ଲୋକଙ୍କୁ ସଚେତନ କରାଉଛନ୍ତି।

ସେ ଆହୁରି କହିଛନ୍ତି ଯେ ଦ୍ୱିତୀୟ ପର୍ଯ୍ୟାୟ ସର୍ଭେ କାମ ଚାଲିଛି। ମଙ୍ଗଳବାର ସୁଦ୍ଧା ସରିଯିବ, ଗଂଜାମ ଜିଲ୍ଲାରେ କରୋନା ଏବେ ନିମ୍ନଗାମୀ ହେବା ଦେଖାଯାଉଛି।

ଓଡ଼ିଶାରେ ୧,୬୪୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୬୪୩ ଆକ୍ରାନ୍ତଙ୍କ ମଧ୍ୟରୁ ୧,୦୧୮ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୬୨୫ ରହିଛି। ଗତ ୨୪ ଘଣ୍ଟାରେ ଏହି ନୂଆ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।

ଖୋର୍ଦ୍ଧା ଓ ଗଞ୍ଜାମରୁ ସର୍ବାଧିକ ୨୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

You might also like