କରୋନା ପାଇଁ କ’ଣ ବନ୍ଦ ହେବ ଓ କ’ଣ ଖୋଲା ରହିବ ଜାଣନ୍ତୁ
ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି। ମଲ, ପାର୍କ, ସିନେମା ହଲ, ସୁଇମିଂ ପୁଲ, ଜିମ ସେଣ୍ଟର ଆଦି ବନ୍ଦ କରାଯାଇଛି। କିନ୍ତୁ ଦ୍ୱୈତ ନଗରୀରେ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା ଦୋକାନଗୁଡିକ ଖୋଲା ରଖିବାକୁ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି।
ସେ କହିଛନ୍ତି ଯେ କଟକ ଓ ଭୁବନେଶ୍ୱରରେ ତେଜରାତି ଦୋକାନ, ଫଳ, କ୍ଷାର, ଔଷଧ ଦୋକାନ ଖୋଲା ରହିବ। କେବଳ ସେତିକି ନୁହେଁ, ଯଦି ମଲମାନଙ୍କରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଥାଏ, ତେବେ ସେସବୁ ଖୋଲା ରହିବ।
ଏନେଇ କୋଣସି ଗୁଜବ ସୃଷ୍ଟି ନ କରିବାକୁ ପରାମର୍ଶ ଦେଇଛନ୍ତି। ତେବେ ଲୋକେ ଆତଙ୍କିତ ନହୋଇ ସ୍ୱାଭାବିକ ଭାବେ ସାମଗ୍ରୀ କିଣନ୍ତୁ। ଅଯଥା ସାମଗ୍ରୀ ମହଜୁଦ ନକରିବାକୁ ପରାମର୍ଶ ଦେଇଛନ୍ତି ପୋଲିସ କମିଶନର। ଆସନ୍ତୁ ଜାଣିବା, କଣ ସବୁ ବନ୍ଦ ରହିବ ଓ ଖୋଲା ରହିବ।
ବନ୍ଦ ରହିବ ଏହିସବୁ
- ଶିକ୍ଷାନୁଷ୍ଠାନ
- ଟ୍ୟୁସନ, କୋଚିଂ ସେଣ୍ଟର, ଥେରାପି ସେଣ୍ଟର
- ସପିଂ ମଲ୍, ସିନେମା ହଲ୍
- ଜିମ୍, ସୁଇମିଂ ପୁଲ ଓ ଦିନ ୨ଟା ପରେ ପାର୍କ
- ନନ୍ଦନକାନନ ପ୍ରାଣୀ ଉଦ୍ୟାନ, ଧଉଳି, ଖଣ୍ଡଗିରି, ଉଦୟଗିରି
- କୋଣାର୍କ ସୂର୍ଯ୍ୟ ମନ୍ଦିର, ଚିଲିକା, କାଳିଜାଇ ମନ୍ଦିର, ସାତପଡ଼ା
- ପ୍ଲାନେଟୋରିୟମ, ମ୍ୟୁଜିୟମ
କଣ ଖୋଲା ରହିବ ଜାଣନ୍ତୁ
- ଗ୍ରୋସରି, ପନିପରିବା, ଫଳ, କ୍ଷୀର
- ଔଷଧ
- ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବିକୁଥିବା ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ