ଓଡ଼ିଶାର ଆଉ ଗୋଟିଏ ଜିଲ୍ଲାକୁ ବ୍ୟାପିଲା କରୋନା

ଭୁବନେଶ୍ୱର: ଓଡ଼ଶାର ଆଉ ଗୋଟିଏ ଜିଲ୍ଲାକୁ ବ୍ୟାପିଲା କରୋନା। ଓଡ଼ିଶାରେ ଆରୋଗ୍ୟ ସଂଖ୍ୟା ବଢୁଥିବା ନେଇ ଲୋକେ ଆଶ୍ୱସ୍ତ ଥିବା ବେଳେ ଏବେ ଚିନ୍ତାଜନକ ଖବର ଆସିଛି। ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ହୋଇଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ବାଲେଶ୍ୱର ଜିଲ୍ଲାର ୫୮ ବର୍ଷିୟ ବୟସ୍କ ବ୍ୟକ୍ତି। ତେବେ ସମ୍ପୃକ୍ତ ଜିଲ୍ଲାର ଏହା ପ୍ରଥମ କରୋନା କେସ୍ । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍‌ କରାଯାଇଛି।


ସମ୍ପୃକ୍ତ ବ୍ୟକ୍ତି କେଉଁ ଅଞ୍ଚଳର, କୁଆଡେ ଯାଇଥିଲେ କାହା ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କ ସବିଷେଶ ଟ୍ରାଭେଲ ବିବରଣୀ ସ୍ୱାସ୍ଥ୍ୟ ପକ୍ଷରୁ ସୂଚନା ଦିଆଯାଇନାହିଁ। ତେବେ ଏଯାଏଁ ୨୪ ଜଣ ଭଲ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି। ଏହାପରେ ଓଡ଼ିଶାରେ ୧୦ଟି ଜିଲ୍ଲାକୁ କରୋନା ବ୍ୟାପିଛି।

ଓଡ଼ିଶାରେ ପୁଣି ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି। ସୁସ୍ଥ ହୋଇଥିବା ୩ ଜଣ ଭୁବନେଶ୍ୱରର ବୋଲି ସୂଚନା ମିଳିଛି। ତେବେ ଏହାରି ଭିତରେ ଆଉ ଜଣେ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି।

 

You might also like