ମାର୍ଚ୍ଚ ପାଇଁ ଗାଇଡ୍‌ଲାଇନ୍‌ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ମାର୍ଚ୍ଚ ପାଇଁ ଗାଇଡଲାଇନ ରାଜ୍ୟ ସରକାର କରିଛନ୍ତି। କରୋନା ପାଇଁ ରାଜ୍ୟ ସରକାରଙ୍କ ମାର୍ଚ୍ଚ ଗାଇଡଲାଇନ ଅନୁସାରେ ଜିଲ୍ଲାପାଳ, ସ୍ଥାନୀୟ ଅଧିକାରୀ ସତର୍କତାର ସହ କଣ୍ଟେନମେଣ୍ଟ କରିପାରିବେ। ଜନସଚେତନତା ପାଇଁ ବ୍ୟାପକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଯାତ୍ରା ପାଇଁ ରାଜ୍ୟ ସରକାର କଟକଣା କୋହଳ କରିଛନ୍ତି।  ଯାତ୍ରା, ଅପେରା ପାଇଁ ସର୍ବାଧିକ ୨ହଜାର ଦର୍ଶକଙ୍କୁ ଅନୁମତି ମିଳିବ। ଜିଲ୍ଲାପାଳ, କମିଶନରଙ୍କ ଅନୁମତି ନେଇ ପରିବେଷଣ ହୋଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

  • କରୋନାର ସମସ୍ତ ଗାଇଡଲାଇନ ମାନି ପରିବେଷଣ କରାଯାଇପାରିବ।
  • ସାମାଜିକ ଦୂରତ୍ୱ, ମାସ୍କ ପରିଧାନ, ଥର୍ମାଲ ସ୍କାନିଂ ବାଧ୍ୟତାମୂଳକ।
  • ସିଟ୍ ମଧ୍ୟରେ ୬ ଫୁଟ ଦୂରତ୍ୱ ରହିବ; ରୋଗାକ୍ରାନ୍ତଙ୍କୁ ଅନୁମତି ମନା।
  • ଇନଫ୍ଲୁଏଞ୍ଜା ଲକ୍ଷଣ ଥିବା ଦର୍ଶକଙ୍କୁ ଯାତ୍ରା ଦେଖିବାକୁ ଅନୁମତି ନାହିଁ।
  • ଅନଲାଇନ ଟିକେଟ ବ୍ୟବସ୍ଥା କରିବାକୁ ଆୟୋଜକଙ୍କୁ ପରାମର୍ଶ।
  • ଅଧିକରୁ ଅଧିକ ଟିକେଟ କାଉଣ୍ଟର କରିବାକୁ ଆୟୋଜକଙ୍କୁ ନିର୍ଦ୍ଦେଶ।
  • ଯାତ୍ରାରେ କଟକଣା ଉଲ୍ଲଂଘନ ହେଲେ ଆୟୋଜକ ଦାୟୀ ରହିବେ।

ସେହିପରି ବାହାଘର, ଶୁଦ୍ଧିକ୍ରିୟା ପାଇଁ ରାଜ୍ୟ ସରକାର ଗାଇଡଲାଇନ କରିଛନ୍ତି:-

    • ବାହାଘର ଓ ଶୁଦ୍ଧିକାଯର୍ୟରେ ସର୍ବାଧିକ ୫ଶହ ଲୋକଙ୍କୁ ଅନୁମତି
    • ମାସ୍କ ପରିଧାନ, ସାମାଜିକ ଦୂରତ୍ୱ, ସାନିଟାଇଜର ବାଧ୍ୟତାମୂଳକ
    • ବାହାଘର, ଶୁଦ୍ଧିକ୍ରିୟାରେ ଗାଇଡଲାଇନ ଯାଞ୍ଚ କରିବେ ଆୟୋଜକ
    • ସବୁ ପ୍ରବେଶ ପଥରେ ରହି ମାସ୍କ ପରିଧାନ ଯାଞ୍ଚ କରିବାକୁ ନିର୍ଦ୍ଦେଶ
    • ଯେଉଁମାନେ ମାସ୍କ ପିନ୍ଧିନଥିବେ, ସେମାନଙ୍କୁ ମାସ୍କ ଯୋଗାଇବେ ଆୟୋଜକ

ଅନ୍‌ଲାଇନ୍‌ରେ ନବମ ଓ ଏକାଦଶ ପରୀକ୍ଷା:- 

  • ନବମ ଓ ଏକାଦଶ ବାର୍ଷିକ ପରୀକ୍ଷା କରିବାକୁ କହିଲେ ସରକାର।
  • ସମାନ ସ୍କୁଲରେ କ୍ଲାସ ପ୍ରମୋସନ ପାଇଁ ବାର୍ଷିକ ପରୀକ୍ଷା କରିବାକୁ କହିଲେ।
  • ବର୍ତ୍ତମାନ ସ୍ଥିତିକୁ ଦେଖି ଅନଲାଇନରେ ପରୀକ୍ଷା କରିବାକୁ ପରାମର୍ଶ।
  • ଅଭିଭାବକଙ୍କ ସହ କଥା ହୋଇ ଅନଲାଇନରେ ପରୀକ୍ଷା ପରାମର୍ଶ।
  • କ୍ଲାସ ପ୍ରମୋସନ ପରୀକ୍ଷା ଅନଲାଇନରେ କରିବାକୁ କହିଲେ ସରକାର।
You might also like