ମେ ମାସରେ ପିକ୍‌କୁ ଯିବ କରୋନା !

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ବେଡ ବୃଦ୍ଧି କରିବାକୁ ପ୍ରସ୍ତୁତି ଚାଲିଛି। ଏଥିପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗତ ବର୍ଷ ଅପେକ୍ଷା ୪ରୁ ୫ ଗୁଣ ଅଧିକ ବେଡ଼ ବୃଦ୍ଧି କରାଯିବ। ପ୍ରାୟ ୨ ଗୁଣ ଆଇସିୟୁ ବେଡ଼ ବୃଦ୍ଧି କରାଯିବ ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସଂକ୍ରମିତଙ୍କ ଚିକିତ୍ସା ପାଇଁ ୪ଟି କାଟାଗୋରୀର ବେଡ଼ ଦରକାର। ସାଧାରଣ ବେଡ଼, ଅକ୍ସିଜେନ ସପୋର୍ଟ ବେଡ଼, ଆଇସିୟୁ ବେଡ଼ ଏବଂ ଆଇସିୟୁ ସହ ଭେଣ୍ଟିଲେଟର ଥିବା ବେଡ଼।

ନିୟମ ଅନୁସାରେ ୧୦୦ ବେଡ଼ରେ ହାରାହାରି ୬ ପ୍ରତିଶତ ଆଇସିୟୁ ବେଡ଼ ଦରକାର। ବର୍ତ୍ତମାନ ସ୍ଥିତି ଦେଖି ଅକ୍ସିଜେନ ସପୋର୍ଟ ବେଡ଼ ଅଧିକ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା କେବଳ ଗୁରୁତର ରୋଗୀଙ୍କୁ ଆଇସିୟୁରେ ରଖାଯିବ। ଆଇସିୟୁ ଓ ଏଚଡିୟୁ ବେଡ଼ ସଂଖ୍ୟା ପର୍ଯ୍ୟାୟ କ୍ରମେ ଆବଶ୍ୟକତା ଅନୁସାରେ ବୃଦ୍ଧି କରାଯିବ। ଏବେ ସାଧାରଣ ବେଡ଼ରେ ୨୫ ପ୍ରତିଶତ ଓ ଆଇସିୟୁରେ ୬୦ ପ୍ରତିଶତ ବେଡ଼ରେ ରୋଗୀ ଅଛନ୍ତି।

ଭେଣ୍ଟିଲଟର ୧୮ ପ୍ରତିଶତ ବ୍ୟବହାର ହୋଇଛି ୨୪୮ ବେଡ଼ରୁ ୪୫ ଜଣ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି। ଆଇସିୟୁ ବେଡ଼ ୫୪୧ଟି ଥିବା ବେଳେ ୩୨୯ ଜଣ ରୋଗୀ ଅଛନ୍ତି। ବିଭିନ୍ନ ଜିଲ୍ଲା ପାଇଁ ଡାକ୍ତର ନିୟୋଜିତ କରାଯାଉଛି। ଅକ୍ସିଜେନ ଆବଶ୍ୟକତା ପାଇଁ ଗୋଟିଏ ଭର୍ଟିକାଲ ଗ୍ରୁପକୁ ଦାୟିତ୍ୱ ଦିଆଯାଇଛି।

ସେମାନେ ଆକଳନ କରୁଛନ୍ତି ଗତବର୍ଷ ପିକ୍ ସମୟରେ ଯେତିକି ଅକ୍ସିଜେନ ବ୍ୟବହାର ହେଉଥିଲା ତାହାର ୧୦ ଗୁଣ ଅଧିକ ରଖିବାକୁ ନିଷ୍ପତି ନିଆଯାଇଛି ବୋଲି ସେ କହିଛନ୍ତି। ତେବେ ରାଜ୍ୟରେ ବେଡ୍ ଓ ଅକ୍ସିଜେନର ଅଭାବ ରହିବ ନାହିଁ। ପୂର୍ବରୁ ଗବେଷକ କହୁଥିଲେ, ଏପ୍ରିଲରେ ପିକ୍‌ ଯିବୁ, ମାତ୍ର ଏବେ ମେରେ ପିକ୍ ହେବ। ଯେଉଁ ଅନୁପାତରେ ସଂକ୍ରମଣ ବଢ଼େ, ସେହି ଅନୁପାତରେ ବି କମେ ବୋଲି ଡିଏମ୍ଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି।

You might also like