ଓଡ଼ିଶାରେ କରୋନା ଭାଇରସର ଜେନେଟିକ୍ ଷ୍ଟଡି ଆରମ୍ଭ
ଭୁବନେଶ୍ୱର: ଓଡ଼ିଶାରେ କରୋନା ଭାଇରସର ଜେନେଟିକ୍ ଷ୍ଟଡି ଆରମ୍ଭ ହୋଇଛି। ଓଡ଼ିଶାରେ କରୋନାର କେଉଁ ଭୂତାଣୁ ଆସିଛି, ତାହାର ଜେନେଟିକ୍ ପରୀକ୍ଷା ହେବ। ଏଥିପାଇଁ ୪୫ କରୋନା ରୋଗୀଙ୍କ ସାମ୍ପଲ୍ ନେଇ ଜେନେଟିକ୍ ଷ୍ଟଡି ଆରମ୍ଭ କରାଯାଇଛି। ଭୁବନେଶ୍ୱରସ୍ଥିତ ଇନଷ୍ଟିଟ୍ୟୁଟ ଅଫ୍ ଲାଇଫ୍ ସାଇନ୍ସରେ ଏହି ଷ୍ଟଡି ଆରମ୍ଭ ହୋଇଛି।
ଏହି ପରୀକ୍ଷା ୨ ଶହ ସାମ୍ପଲ ପରୀକ୍ଷା ହେବ। ୨ ସପ୍ତାହରେ ରିପୋର୍ଟ ଆସିବ। ଭାଇରସ କେଉଁଠୁ ଆସିଛି ଓ ଏହା କେଉଁ କାଟେଗୋରୀର ଏହି ଷ୍ଟଡିରୁ ଜଣାପଡ଼ିବ।
ତେବେ ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ହୋଇନି। କ୍ୱାରେଣ୍ଟିନ ସଂସ୍ପର୍ଶରେ ଆସି ଲୋକାଲ ସଂକ୍ରମଣ ହୋଇଛି। ସଂକ୍ରମଣ ବଢ଼ିବା ଉପରେ ମୌସୁମୀର କୌଣସି ପ୍ରଭାବ ନାହିଁ। ସଚେତନ ନହେଲେ ସ୍ଥିତି ଆହୁରି ଗମ୍ଭୀର ହେବ ILS ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି।