ଭୁବନେଶ୍ୱର: ଜରୁରୀ ସେବା ଶ୍ରେଣୀରେ ସାମିଲ ହେଲା କୃଷି ଓ ସମବାୟ ସମେତ ଆଉ ୫ ବିଭାଗ। କଟକ ଏବଂ ଭୁବନେଶ୍ୱରରେ ଥିବା ଏହି ବିଭାଗଗୁଡ଼ିକର ଅଫିସ ୫୦ ପ୍ରତିଶତ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ନେଇ କାମ କରିବେ।
ସେହିପରି କ୍ଷେତ୍ର କାର୍ଯ୍ୟାଳୟଗୁଡ଼ିକର ପରିଚାଳନା ସଂପର୍କରେ ନିଷ୍ପତ୍ତି ନେବେ ପ୍ରଶାସନିକ ବିଭାଗ। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ ଜାରି ରହିବ। ଏଣୁ ଏହି ସମୟରେ କୃଷି କାର୍ଯ୍ୟ ଓ ଫସଲ ଅମଳରେ ଯେପରି କୌଣସି ପ୍ରକାର ବାଧାପ୍ରାପ୍ତ ନହୁଏ, ସେନେଇ ସରକାର ଏଭଳି ପଦକ୍ଷେପ ନେଇଛନ୍ତି।
ସେହିପରି ଖରାଦିନ ଯୋଗୁଁ ଗ୍ରାମାଞ୍ଚଳରେ ପିଇବା ପାଣିର ଘୋର ଅଭାବ ଦେଖାଦେଲାଣି। ଚାଷୀଙ୍କୁ ବିହନ, ସାର ଯୋଗାଣ, ଋଣ ସୁବିଧା ଯେପରି ତ୍ୱରାନ୍ୱିତ ହେବ ସେଥିପାଇଁ କୃଷି ଓ ସମବାୟ ବିଭାଗକୁ ଜରୁରୀ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି।
ସେହିପରି ୧୩ ବିଭାଗକୁ ଆଂଶିକ ଜରୁରୀ ଏବଂ ୧୭ଟି ବିଭାଗକୁ ଅଣଜରୁରୀ ଶ୍ରେଣୀ ଭାବେ ଘୋଷଣା କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ସାନି ବିଜ୍ଞପ୍ତି ପ୍ରକାଶ ପାଇଛି।