• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ପାରଳାଖେମୁଣ୍ଡି: ଜନନୀ ଯନ୍ତ୍ରଣାର ଆଉ ଏକ ଦୃଶ୍ୟ। କେତେବେଳେ ଦୁର୍ଗମ ରାସ୍ତା ତ କେତେବେଳେ ଆମ୍ବୁଲାନ୍ସ ସମସ୍ୟା ଗର୍ଭବତୀଙ୍କ ପାଇଁ ଥିଲା ବାଧକ । ହେଲେ ଏବେ ବାଧକ ସାଜି ଠିଆ ହୋଇଛି କରୋନା । ବଫର ଜୋନରୁ ଆସିଥିବାରୁ  ଜଣେ ଆସନ୍ନ ପ୍ରସବାଙ୍କୁ ଡାକ୍ତରଖାନାରୁ ବହାର କରିଦେଲେ ହସ୍ପିଟାଲ କତ୍ତୃପକ୍ଷ ।  ମହିଳାଜଣକ ଡାକ୍ତରଖାନା ବାରଣ୍ଡାରେ ଗର୍ଭଯନ୍ତ୍ରଣାରେ ଛଟପଟ ହେଉଥିଲେ। ହେଲେ ନା ଡାକ୍ତର, ନା ନର୍ସ ନା ମେଡିକାଲ କର୍ତ୍ତୃପକ୍ଷ କାହାରି ଦୃଦୟ ତରଳିଲା ନାହିଁ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଗଜପତି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ।

ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଭୁଷୁଡି ଅଞ୍ଚଳର ଜଣେ ମହିଳା ଗତକାଲି  ଅପରାହ୍ନରେ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ପ୍ରସବ ପାଇଁ ଆସିଥିବା ଏହି ମହିଳାଙ୍କୁ ପ୍ରଥମେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। ତେବେ ରେକର୍ଡପତ୍ର ଯାଞ୍ଚ ବେଳେ ଯେତେବେଳେ ସେ ବଫରୁ ଜୋନ ଘୋଷିତ ହୋଇଥିବା ଅଞ୍ଚଳରୁ ଆସିଥିବା ଜଣାପଡିଲା,  ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରୁ ବାହାର କରିଦିଆଯାଇଥିଲା।

ଏହାପରେ ଅପରାହ୍ନ ୨ଟାରୁ ରାତି ୯ଟା ଯାଏଁ ହସ୍ପିଟାଲ ବାରଣ୍ଡାରେ ପଡି ରହିଥିଲେ ମହିଳା ଜଣକ । ତଥାପି କେହି ତାଙ୍କ ଦୁଃଖ ଶୁଣିନଥିଲେ । ପରିବାର ଲୋକେ ଏ ନେଇ ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟ ଏବଂ ବିଧାୟକଙ୍କୁ ଜଣାଇଥିଲେ।  ବିଧାୟକ କେ.ନାରାୟଣ ରାଓ ହସ୍ପିଟାଲରେ ପହଞ୍ଚି ମହିଳାଙ୍କ ଅବସ୍ଥା ଦେଖିବା ସହ ଏନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ପରେ ତାଙ୍କୁ ଡାକ୍ତରଖାନାର ଆଇସୋଲେସନ କ୍ୟାବିନରେ ଭର୍ତ୍ତି କରିଥିଲେ।

ଅନ୍ୟପକ୍ଷେ ଜଣେ ମହିଳା କଣ୍ଟେନମେଣ୍ଟ ଜୋନରୁ ଆସିଲେ ତାଙ୍କର ପ୍ରସବ କୋଭିଡ୍ ମେଡିକାଲରେ ହେବାର ନିୟମ ରହିଥିବାରୁ ସାଧାରଣ ହସ୍ପିଟାଲରେ ଭର୍ତ୍ତି କରିବା ସମ୍ଭବ ନୁହେଁ ବୋଲି କହିଥିଲେ ଜିଲ୍ଲା ଚିକିତ୍ସାଧିକାରୀ।

ତେବେ ଶେଷରେ ଆଜି ମଧ୍ୟାହ୍ନରେ ଜିଲ୍ଲାପାଳ ଅନୁପମ ଶାହଙ୍କ ହସ୍ତକ୍ଷେପ ପରେ ମହିଳାଙ୍କୁ ଡାକ୍ତରଖାନାରେ ପ୍ରସବ ପାଇଁ ଅନୁମତି ଦେଇଛନ୍ତି କର୍ତ୍ତୃପକ୍ଷ। ତାଙ୍କ ପାଇଁ ଏକ ସ୍ୱତନ୍ତ୍ର କ୍ୟାବିନ ଯୋଗାଇ ଦେବା ସହ ସନ୍ଧ୍ୟାରେ ତାଙ୍କର ଅସ୍ତ୍ରୋପଚାର ମାଧ୍ୟମରେ ପ୍ରସବ କରାଯିବ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

Corona-fear-hospital-not-allowed-pregnant-lady
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories