Corona Deaths in Odisha: ଆଖି ବୁଜିଲେ ୧୦ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ  ୧୦ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୪୯୨ ହୋଇଛି।

Corona Deaths Update in Odisha

ଆଜି ଭୁବନେଶ୍ୱରରୁ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଖୋର୍ଦ୍ଧା ଜିଲ୍ଲାର ୩ ଜଣ ରୋଗୀ ଆଖି ବୁଜିଥିବାବେଳେ କନ୍ଧମାଳର ୩, ନୟାଗଡ, ସୁନ୍ଦରଗଡ, ଗଞ୍ଜାମ, ରାୟଗଡାର ଜଣେ ଲେଖାଏ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।

ସୂଚନାଥାଉ କି, ଆଜି ରାଜ୍ୟରେ ୨, ୬୦୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  କ୍ୱାରେଣ୍ଟିନ ସେଣ୍ଟରରୁ ୧, ୫୬୧ ଏବଂ ଲୋକାଲ କଣ୍ଟାକ୍ଟ ୧,୦୪୧ ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଦେଇଛନ୍ତି।

 

 

 

 

 

 

 

You might also like