ରାଜ୍ୟରେ କମୁଛି କରୋନା ମୃତ୍ୟୁ ସଂଖ୍ୟା, ଆଖି ବୁଜିଲେ ଆଉ ୪

ଭୁବନେଶ୍ୱର:ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉ ଥିଲେ ହେଁ ସନ୍ତୋଷଜନକ ନୁହେଁ। ତେବେ ମୃତ୍ୟୁ ହାର କମୁଛି।  ଗତ ୨୪ ଘଣ୍ଟାରେ ରାଜ୍ୟରେ ୪ କରୋନା ରୋଗୀ ଆଖି ବୁଜିଛନ୍ତି । ଏହାକୁ ମିଶାଇ କରୋନା ମୃତ୍ୟୁ ସଂଖ୍ୟା ରାଜ୍ୟରେ ୧,୭୯୮ରେ ପହଞ୍ଚିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପିରବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

ମୃତକମାନେ ବରଗଡ, ଭୁବନେଶ୍ୱର, ମୟୂରଭଞ୍ଜ ଓ ମାଲକାନଗିରିରୁ ଜଣେ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି।

ସୂଚନାଥାଉ କି, ଆଜି ରାଜ୍ୟରୁ ୩୮୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

 

 

You might also like