ଆଖି ବୁଜିଲେ ୪ କରୋନା ରୋଗୀ

ଭୁବନେଶ୍ୱର:ରାଜ୍ୟରେ ୨୪ ଘଣ୍ଟାରେ ପୁଣି ଆଖି ବୁଜିଲେ ୪ ଜଣ କରୋନା ରୋଗୀ। ଏମାନଙ୍କ ମଧ୍ୟରେ ଅଛନ୍ତି ଜଣେ ୪୦ ବର୍ଷୀୟ ବ୍ୟକ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା୧,୮୧୫ ଛୁଇଁଛି।

ଆଜି ମୃତକଙ୍କ ମଧ୍ୟରେ ମୟୂରଭଞ୍ଜରୁ ୨ଜଣ ଥିବାବେଳେ ଜଣେ ସମ୍ବଲପୁରରୁ ଏବଂ ଅନ୍ୟଜଣେ ଜଗତସିଂହପୁରରୁ ଅଛନ୍ତି। ସମ୍ବଲପୁରରୁ ଜଣେ ୪୦ ବର୍ଷୀୟ ବ୍ୟକ୍ତି ଆଖି ବୁଜିଛନ୍ତି।

ସୂଚନାଥାଉ କି, ଆଜି ରାଜ୍ୟରୁ ୨୬ ଜିଲ୍ଲାରୁ ୩୦୦ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ପଜିଟିଭ ସଂଖ୍ୟା ୩,୨୪,୩୮୯ ଥିବାବେଳେ ସୁସ୍ଥ ହୋଇ ଫେରିଛନ୍ତି ୩,୧୯,୪୫୮। ଆକ୍ଟିଭ କେସ ରହିଛି ୩୦୬।

 

 

You might also like