କରୋନାରେ ଆଖି ବୁଜିଲେ ୧୭ ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୭ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୧୧୫୨ରେ ପହଞ୍ଚିଛି।

ଭୁବନେଶ୍ୱରରୁ ୨ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ସେହିପରି ସୁବର୍ଣ୍ଣପୁର, ବଲାଙ୍ଗୀର, ଝାରସୁଗୁଡା  ଓ କଟକରୁ ୨ ଜଣ ଲେଖାଏ ଆକ୍ରାନ୍ତ ଆଖିବୁଜିଛନ୍ତି।

ସୂଚନା ଥାଉ କି, ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ଆଜି ଦୁଇ ହଜାରରୁ କମ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ତଥ୍ୟ ଅନୁଯାୟୀ ଆଜି ୧୯୮୨ ପଜିଟିଭ ଚିହ୍ନଟ ହୋଇଛନ୍ତି।

 

 

You might also like