କରୋନାରେ ଆଖି ବୁଜିଲେ ଆଉ ୪

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ସ୍ଥିର ରହିଛି। ଗତ କାଲି ୪ ଜଣ କରୋନାରେ ଆଖି ବୁଜିଥିବେବେଳେ ଆଜି ପୁଣି ୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି।

ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା୧୮୦୨ରେ ପହଞ୍ଚିଛି। ସୁନ୍ଦରଗଡରୁ ୨ ଜଣ ରୋଗୀ ଆଖି ବୁଜିଥିବାବେଳେ ପୁରୀ ଓ ମାଲାକାନଗିରିରୁ ଜଣେ ଲେଖାଏ ରୋଗୀ ଆଖି ବୁଜିଛନ୍ତି।

ସୂଚନାଥାଉ କି, ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୩୫ କରୋନା ରୋଗୀ। ଏମାନଙ୍କ ମଧ୍ୟରୁ ୧୯୩ କ୍ୱାରେଣ୍ଟିନ ସେଣ୍ଟରରୁ ହୋଇଥିବାବେଳେ ୧୪୨ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି।

ଆଜିର ତଥ୍ୟକୁ ମିଶାଇ ରାଜ୍ୟରେଳ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୩,୩୬୪ ହୋଇଥିବାବେଳେ ୩୨୩୧ ଆକ୍ଟିଭ କେସ ରହିଛି। ୩,୧୮,୨୭୮ ସୁସ୍ଥ ହୋଇ ଘରକୁ ଫେରିଲେଣି।

You might also like