୨୪ ଘଣ୍ଟାରେ ଆଖି ବୁଜିଲେ ୧୬ କରୋନା ରୋଗୀ

ଭୁବନେଶ୍ୱର:ରାଜ୍ୟରେ ୨୪ ଘଣ୍ଟାରେ ଆଖି ବୁଜିଲେ ୧୬ କରୋନା ରୋଗୀ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୪ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ କଟକରୁ ୨ ଜଣ ଆଖି ବୁଜିଛନ୍ତି।

ସେହିପରି ଖୋର୍ଦ୍ଧାରୁ ୨ ଜଣ ଓ ଭୁବନେଶ୍ୱରରୁ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାବ୍ୟତୀତ ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ପୁରୀ, ସୁବର୍ଣ୍ଣପୁର, ଅନୁଗୁଳ ଓ ବୌଦ୍ଧରୁ ଜଣେ ଲେଖାଏଁ  କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଏହାକୁ ମିଶାଇ କରୋନା ମୃତ୍ୟୁ ସଂଖ୍ୟା ରାଜ୍ୟରେ ୯୪୦ ଛୁଇଁଛି।

You might also like