ରାଜ୍ୟରେ ୪ କରୋନା ରୋଗୀ ଆଖି ବୁଜିଲେ
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୮୩୬ ଛୁଇଁଛି।
ରାଜ୍ୟରେ ଆଜି ଆଖି ବୁଜିଥିବା ୪ ଜଣ ରୋଗୀ ୪ ଜିଲ୍ଲାର। ଭୁବନେଶ୍ୱରରୁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ମୟୂରଭଞ୍ଜ, ସମ୍ବଲପୁର, ସୁନ୍ଦରଗଡ଼ରୁ ଜଣେ ଲେଖାଏ ରୋଗୀ ଆଖି ବୁଜିଛନ୍ତି।
ସୂଚନାଥାଛ କି, ଆଜି ରାଜ୍ୟରେ ୩୭୨ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୩,୨୬,୨୩୩ ଛୁଇଁଛି। ଏମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୩୨୧୩୦୯। ବର୍ତ୍ତମାନ ଆକ୍ଟିଭ କେସ ଅଛି ୩୦୩୫ ।
Regret to inform the demise of four numbers of Covid positive patients while under treatment in hospitals.
1.A 75-year-old male of Bhubaneswar who was also suffering from Diabetes & Coronary Artery Disease.
— H & FW Dept Odisha (@HFWOdisha) December 20, 2020