• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar
  • ସ୍ଥାନରେ ହୋଲି ଖେଳ ଉପରେ ରାଜ୍ୟବ୍ୟାପୀ କଟକଣା
  • ଦୋଳଯାତ୍ରା ପାଇଁ ମଧ୍ୟ ସ୍ୱତନ୍ତ୍ର ଗାଇଡ୍ଲାଇନ୍ ଜାରି
  • ହଷ୍ଟେଲ୍ ଓ ଶିକ୍ଷାନୁଷ୍ଠାନରେ ସଂକ୍ରମଣ ବ୍ୟାପିବା ପରେ ଚିନ୍ତା
  • କରୋନା ଗାଇଡ୍ଲାଇନ କଡ଼ାକଡ଼ି କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଏଥର ବି କରୋନା ମାଡ଼ରେ ଫିକା ହେବ ଦୋଳ ମେଳଣ ଓ ହୋଲି ମଉଜ। ସର୍ବସାଧାରଣ ସ୍ଥାନରେ ହୋଲି ଖେଳ ମନା ହୋଇଥିବା ବେଳେ, ଦୋଳଯାତ୍ରା ଓ ମେଳଣ ପାଇଁ ଗାଇଡଲାଇନ ଜାରି ହୋଇଛି। ସେପଟେ ବ୍ରହ୍ମପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ବି ସ୍ଥଗିତ ରହିପାରେ ବୋଲି ସୂଚନା ମିଳିଛି। ଏ ଭିତରେ ଦେଶରେ ସଂକ୍ରମଣ ପ୍ରତିଦିନ ନୂଆ ନୂଆ ରେକର୍ଡ କରିବା ପରେ ସେକେଣ୍ଡ୍ ୱେଭକୁ ନେଇ ଚିନ୍ତା ବଢ଼ିଛି।

ରାସ୍ତାରେ ପଡ଼ିବନି ରଙ୍ଗଛିଟା, ବାହାରେ ଉଡ଼ିବନି ଅବିର। ଏବର୍ଷ ବି ରାସ୍ତାଘାଟ ଓ ଅନ୍ୟ ସର୍ବସାଧାରଣ ସ୍ଥାନରେ ହୋଲି ଖେଳକୁ ଅନୁମତି ଦେଇନାହିଁ ପ୍ରଶାସନ। ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟବ୍ୟାପୀ କଟକଣା ଲଗାଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। କେବଳ ଘରେ ପରିବାର ଲୋକଙ୍କ ସହ ହୋଲି ପାଳନ କରିହେବ ବୋଲି ସୂଚନା ରହିଛି। ଦୋଳଯାତ୍ରା ଓ ତତ୍ସଂପର୍କିତ ଧାର୍ମିକ କିମ୍ବା ସାଂସ୍କୃତିକ ସମାବେଶ ଉପରେ ବି କଟକଣା ଲାଗିଛି। କରୋନା ସତର୍କତା ସହ ମନ୍ଦିରରେ ପୂଜାର୍ଚ୍ଚନା ହେବ ଏବଂ ଜିଲ୍ଲାପାଳ କିମ୍ବା ମ୍ୟୁନିସିପାଲଟି କମିଶନରଙ୍କ ଅନୁମତି କ୍ରମେ ସୀମିତ ଲୋକଙ୍କୁ ନେଇ ଦୋଳ ମେଳଣ ହୋଇପାରିବ। ଭୁବନେଶ୍ୱରରେ ମହାନଗର ନିଗମର ଅନୁମତି ନେଇ ଦୋଳ ବିମାନ ପିଛା ୫-୬ ଜଣ ଲୋକ ଯାଇପାରିବେ ଏବଂ ଏକା ସାଙ୍ଗରେ ଅତିବେଶୀରେ ୧୦ଟି ବିମାନ ଏକାଠି ହୋଇପାରିବେ ବୋଲି କହିଛନ୍ତି କମିଶନର ।

ଏପଟେ ଓଡ଼ିଶା ବାହାରୁ କେହି ଗଞ୍ଜାମ ଜିଲ୍ଲାକୁ ଆସୁଥିଲେ ସରପଞ୍ଚ, ଏନ୍ଏସି କାର୍ଯ୍ୟନିର୍ବାହୀ ଅଫିସର କିମ୍ବା ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଏଥିସହ ସ୍ୱାସ୍ଥ୍ୟ ପରୀକ୍ଷା ଓ ଆବଶ୍ୟକ ସ୍ଥଳେ RTPCR ଟେଷ୍ଟ୍ କରାଇବାକୁ ଏବଂ ସେହି ଅନୁସାରେ ଚିକିତ୍ସିତ ହେବାକୁ କିମ୍ବା ଘରେ ସଙ୍ଗରୋଧରେ ରହିବାକୁ କୁହାଯାଇଛି। ସେପଟେ କରୋନା କଟକଣା ଯୋଗୁଁ ବ୍ରହ୍ମପୁର ଠାକୁରାଣୀ ଯାତ୍ରାକୁ ନେଇ ଉପୁଜିଛି ବିବାଦ। ମହାନଗର ନିଗମ ଏଥିପାଇଁ ମାତ୍ର ୭ ଦିନ ସମୟ ଦେଇଥିବାରୁ, ଏହା ସମ୍ଭବ ନୁହେଁ କହି ଯାତ୍ରାକୁ ସ୍ଥଗିତ ରଖିଛି ଯାତ୍ରା ପରିଚାଳନା କମିଟି।

ସେପଟେ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲରେ ସଂକ୍ରମଣ ବ୍ୟାପିବାକୁ ନେଇ ଚିନ୍ତା ବଢ଼ିଛି। କଟକ ମଧୁପାଟଣା ଅଞ୍ଚଳରେ ଏକ ଶିକ୍ଷାନୁଷ୍ଠାନରୁ ୧୭ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ, ମାର୍ଚ୍ଚ ୩୧ ଯାଏଁ ଏହାକୁ ବନ୍ଦ କରାଯାଇଛି ଓ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। କିଛି ବାହାର ରାଜ୍ୟର ଲୋକ ଆସିବା ପରେ ଏଭଳି ସଂକ୍ରମଣ ବ୍ୟାପିଥିବା ଆଶଙ୍କା କରାଯାଉଥିବାରୁ, ଏହା ନୂଆ ଷ୍ଟ୍ରେନ୍ କି ନାହିଁ ଜାଣିବା ପାଇଁ ମାଇକ୍ରୋ ବାୟୋଲୋଜି ବିଭାଗ ଟିମ୍ ୯ଜଣଙ୍କ ନମୁନା ସଂଗ୍ରହ କରିଛନ୍ତି। ସେପଟେ ସରକାରୀ ହଷ୍ଟେଲ କିମ୍ବା ସ୍କୁଲ କଲେଜ ହଷ୍ଟେଲରୁ କୌଣସି ସଂକ୍ରମଣ ଘଟଣା ସାମ୍ନାକୁ ଆସିନଥିବା ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

ଏ ଭିତରେ ଦେଶରେ ୪୦ ହଜାର୍ ପାର୍ କରିଛି ଦୈନିକ ସଂକ୍ରମଣ ଗତ ୨୪ ଘଣ୍ଟା ୪୦ ହଜାର ୯୫୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି, ୧୮୮ ଜଣଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ଲକଡ଼ାଉନ୍‌ ଜାରି ହୋଇପାରେ ବୋଲି ସଂକେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୧୨୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

କଟକରୁ ଦେବାଶିଷ ମହାନ୍ତି, ବ୍ରହ୍ମପୁରରୁ ଅଶୋକ ବ୍ରହ୍ମା ଓ ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ

Corona-crisis-raising-ugly-head-once-again-odisha-reinforces-restrictions
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories